ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାଉଦ ଆରବସ୍ଥିତ ମକ୍କାରେ ହଜ୍ ପର୍ବରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ଚଳିତବର୍ଷ ହଜ୍ ତୀର୍ଥଯାତ୍ରା ସମୟରେ ୧,୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଚି | ମରୁଭୂମି ରାଜ୍ୟରେ ଇସଲାମୀୟ ପବିତ୍ର ସ୍ଥାନରେ ଅଧିକାଂଶ ଶ୍ରଦ୍ଧାଳୁମାନେ ଅତ୍ୟଧିକ ତାପମାତ୍ରାର ସମ୍ମୁଖୀନ ହୋଇଥିଲେ ବୋଲି ସାଉଦି କର୍ତ୍ତୃପକ୍ଷ ରବିବାର ଦିନ ଘୋଷଣା କରିଛନ୍ତି। ସାଉଦି ସ୍ୱାସ୍ଥ୍ୟମନ୍ତ୍ରୀ ଫାହଦ୍ ବିନ୍ ଅବଦୁରହମାନ ଅଲ-ଜାଲାଜେଲ କହିଛନ୍ତି ଯେ ୧,୩୦୧ ମୃତ୍ୟୁହାର ମଧ୍ୟରୁ ୮୩% ଅନଧିକୃତ ତୀର୍ଥଯାତ୍ରୀ ରହିଛନ୍ତି, ଯେଉଁମାନେ କି ପବିତ୍ର ମକ୍କା ସହରରେ ଏବଂ ଆଖପାଖରେ ହଜ୍ ରୀତିନୀତି ପାଳନ କରିବା ବେଳେ ଉତ୍ତାପରେ ପ୍ରାଣ ହରାଇଛନ୍ତି। କେତେକଙ୍କର ପ୍ରାକୃତିକ କାରଣରୁ ମୃତ୍ୟୁ ଘଟିଛି। କାରଣ ସେମାନଙ୍କ ମଧ୍ୟରେ କିଛି ବୃଦ୍ଧ ମଧ୍ୟ ଥିଲେ। ଆଉ କେତେକ ପାଣିପାଗ ପରିସ୍ଥିତି କାରଣରୁ ମୃତ୍ୟୁ ବରଣ କରିଛନ୍ତି ବୋଲି ଅନୁମାନ କରାଯାଉଛି। ଅନେକ ଭାରତୀୟ ମଧ୍ୟ ନିଖୋଜ ଥିବା ଜଣାଯାଇଛି। ଚଳିତବର୍ଷ ମେକାରେ ପୃଥିବୀର କୋଣଅନୁକୋଣରୁ ପ୍ରାୟ ୧.୮ ମିଲିୟନ୍ ଲୋକ ଯୋଗ ଦେଇଥିଲେ। ଚଳିତବର୍ଷ ମକାରେ ତାପପାତ୍ରା ପାଖାପାଖି ୫୨ ଡିଗ୍ରି ହୋଇଥିବା ବେଳେ ଅନେକ ଜୀବନ ଅକ୍ଳେଶରେ ଚାଲିଯାଇଛି।






More Stories
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..