Report Card Odisha

| Daily Odia News

ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ କରିବୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଗାମୀ ଦିନରେ ସଂସଦରେ ରାଜ୍ୟସଭା ଅଧିବେଶନ ହେବାକୁ ଥିବାବେଳେ ଏଥିପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ ଆଜି ବିଜେଡିର ରାଜ୍ୟ ସଭା ସଦସ୍ୟମାନଙ୍କୁ ନେଇ ନବୀନ ନିବାସରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ଲଢ଼େଇ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇ ନବନିର୍ବାଚିତ ସାଂସଦମାନଙ୍କ ଶପଥଗ୍ରହଣ ଜାରି ରହିଛି। ଏଥର ଓଡ଼ିଶାରେ ବିଜେଡିରୁ କୌଣସି ସାଂସଦ ଲୋକସଭାକୁ ନିର୍ବାଚିତ ହୋଇନାହାନ୍ତି। କିନ୍ତୁ ରାଜ୍ୟ ସଭାରେ ଦଳର ସାଂସଦମାନେ ରହିଛନ୍ତି। ତେଣୁ ଆଗାମୀ ଦିନରେ ସଂସଦ ଅଧିବେଶନରେ ବିଜେଡିର ଭୂମିକା କ’ଣ ରହିବ ତାହା ସ୍ଥିର କରିବା ଲାଗି ସୋମବାର ନବୀନ ନିବାସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଜେଡିର ରାଜ୍ୟସଭା ସଦସ୍ୟମାନେ ଉପସ୍ଥିତ ରହିଥିଲେ। ଏଥିରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟର ପ୍ରତିଟି ପ୍ରସଙ୍ଗକୁ ଶାଣିତ ଭାବେ ସଂସଦରେ ଉଠାଯିବ। ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା ସାଙ୍ଗକୁ ସମ୍ବଲପୁର, ବାଲେଶ୍ୱର, କୋରାପୁଟରେ ଏମ୍‌‌ସ ପ୍ରତିଷ୍ଠା ପାଇଁ ଦାବି କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ସେହିପରି ରେଳପଥ ସଂଯୋଗୀକରଣ ଏବଂ ବ୍ୟାଙ୍କିଂ ସେବା ସହିତ ଆଦିବାସୀ ସ୍ୱାର୍ଥ ସମ୍ବଳିତ ବିକାଶ ପ୍ରସଙ୍ଗ ଉଠାଯିବ।

Breaking News