Report Card Odisha

| Daily Odia News

ସଂସଦରେ ଶପଥ ଗ୍ରହଣ କଲେ ୧୯ ଓଡ଼ିଆ ସାଂସଦ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର

ସାଂସଦ ଭାବେ ଲୋକସଭାରେ ପଦ ଓ ଗୋପନୀୟତାର ଶପଥ ନେଲେ ଓଡ଼ିଆ ସାଂସଦ । ଓଡିଶାର ସାଂସଦମାନେ ଆଜି ସଂସଦରେ ଶପଥ ଗ୍ରହଣ କରିଛନ୍ତି । ଗତକାଲି କାମଚଳା ବାଚସ୍ପତି ଭାବେ ପ୍ରଥମେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ ଲୋକସଭାରେ ପ୍ରଥମେ ଶପଥ ଗ୍ରହଣ କରିଥିଲେ। ଏହାପରେ ଆଜି ଦ୍ୱିତୀୟ ଦିନରେ ବାକି ଥିବା ୧୯ ଓଡିଆ ସାଂସଦ ଶପଥ ଗ୍ରହଣ କରିଛନ୍ତି । ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସଂସ୍କୃତ ଭାଷାରେ ଶପଥ ପାଠ କରିଥିବା ବେଳେ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିଥିଲେ । ସେହିପରି ସାଂସଦ ମାଳବିକା ଦେବୀ ଏବଂ ପ୍ରଦୀପ ପାଣିଗ୍ରାହୀ ଇଂରାଜୀରେ ଶପଥ ପାଠ କରିଥିବା ବେଳେ, ବାକି ସାଂସଦମାନେ ଓଡ଼ିଆରେ ଶପଥ ଗ୍ରହଣ କରିଥିଲେ । ତେବେ ଶପଥ ଗ୍ରହଣ ସମୟରେ ସାଂସଦମାନେ ଜୟ ଜଗନ୍ନାଥ କହି ଶପଥ ଗ୍ରହଣ କରିଛନ୍ତି | ଜୟ ଜଗନ୍ନାଥ ଧ୍ୱନିରେ ଗୃହ କମ୍ପିଥିଲା |

Breaking News