ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହେବ ବାଚସ୍ପତି ନିର୍ବାଚନ। ଓମ୍ ବିର୍ଲା ଏବଂ କେ.ସୁରେଶଙ୍କ ମଧ୍ୟରେ ବାଚସ୍ପତି ଆସନ ଲଢେଇ ହେବ । ପୂର୍ବତନ ବାଚସ୍ପତି ଓମ୍ ବିର୍ଲାଙ୍କୁ ଏନଡିଏ ପ୍ରାର୍ଥୀ କରିଥିବାବେଳେ କେ ସୁରେଶଙ୍କୁ ପ୍ରାର୍ଥୀ କରିଛି ଇଣ୍ଡି ମେଣ୍ଟ। ଆଜି ଦିନ ୧୧ଟାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ଦେଶ ଇତିହାସରେ ଚତୁର୍ଥଥର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ଆଜି ଲୋକସଭାରେ ଉପସ୍ଥିତ ରହିବାକୁ ନିଜ ନିଜ ସାଂସଦଙ୍କୁ ହ୍ବିପ୍ ଜାରି କରିଛନ୍ତି ବିଜେପି, କଂଗ୍ରେସ ସମେତ ଅନ୍ୟ ଦଳ। ଦିନ ୧୧ଟାରୁ ନିର୍ବାଚନ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଉପସ୍ଥିତ ରହିବା ପାଇଁ ହ୍ବିପ୍ ଜାରି ହୋଇଛି। ପୂର୍ବରୁ ୧୯୫୨, ୧୯୬୮ ଏବଂ ୧୯୭୬ରେ ନିର୍ବାଚନ ହୋଇଥିଲା। ଦୀର୍ଘ ଦଶଦ୍ଦୀ ପରେ ପୁଣିଥରେ ଲୋକସଭା ଦେଖିବ ବାଚସ୍ପତି ନିର୍ବାଚନ। ପରମ୍ପରା ଅନୁସାରେ ବାଚସ୍ପତି ଏବଂ ଉପବାଚସ୍ପତିଙ୍କ ସହମତି ଆଧାରରେ ନିର୍ବାଚିତ ହୋଇଥାନ୍ତି। ଏଥର କିନ୍ତୁ ଏଥିରେ ବ୍ରତିକ୍ରମ ଦେଖିବାକୁ ମିଳିଛି। ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲା ରାଜସ୍ଥାନ କୋଠାରୁ ସାଂସଦ ଅଛନ୍ତି। ଲଗାତାର ତୃତୀୟ ଥର ନିର୍ବାଚନ ଜିତି ଆସିଛନ୍ତି ଓମ୍ ବିର୍ଲା। ସପ୍ତଦଶ ଲୋକସଭାର ବାଚସ୍ପତି ଥିବା ସମୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ବିଲ୍ ଲୋକସଭାରେ ପାରିତ ହୋଇଥିଲା। ସେହିପରି ୮ଥରର ସାଂସଦ କେ ସୁରେଶ ଲୋକସଭାରେ ସବୁଠାରୁ ବରିଷ୍ଠ ସଦସ୍ୟ। ଆଜି ବାଚସ୍ପତି ନିର୍ବାଚନ ପରେ ଆସନ୍ତାକାଲି ସଂସଦର ମିଳିତ ଅଧିବେଶନ କୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
More Stories
ହମାସ ମୁଖ୍ୟ ୟାହୟା ସିନୱାର ନିହତ…..
ସଲମାନଙ୍କୁ ପୁଣି ଧମକ,ସିଦ୍ଦିକିଙ୍କଠାରୁ ବି ଅବସ୍ଥା ଖରାପ ହେବ…..
ଆଗାମୀ ସପ୍ତାହରେ ଓଡ଼ିଶାକୁ ଛୁଇଁପାରେ ବାତ୍ୟା,ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ….