ରିପୋର୍ଟ କାର୍ଡ / ବାଲେଶ୍ଵର
ବାଲେଶ୍ୱର ପୌରାଞ୍ଚଳରେ ଆହୁରି କୋହଳ ହେଲା କର୍ଫ୍ୟୁ। ଆଜିଠୁ କେବଳ ରାତିରେ ହିଁ କର୍ଫ୍ୟୁ କଟକଣା ରହିବ । ସହଦେବଖୁଣ୍ଟା, ଟାଉନ ଥାନା ଅଞ୍ଚଳରେ କଟକଣା କୋହଳ ହୋଇଛି। ସକାଳ ୫ଟାରୁ ରାତି ୯ଟା ଯାଏଁ କର୍ଫ୍ୟୁ କଟକଣା କୋହଳ ହୋଇଛି। ମାତ୍ର ଏହି ଅଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁକଟକଣା ବଳବତ୍ତର ରହିବ। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ | ସମସ୍ତଙ୍କ ସହଯୋଗରୁ ସହରର ସ୍ଥିତି ଏବେ ସମ୍ପୂର୍ଣ୍ଣ ସ୍ଵାଭାବିକ ହୋଇପାରିଛି ବୋଲି କହିଛନ୍ତି ଜିଲ୍ଲାପାଳ ଏବଂ ଏସ୍ପି। ତେବେ ଶାନ୍ତି କମିଟି ବୈଠକ ଆୟୋଜନ ପୂର୍ବରୁ ସହରର ପ୍ରତ୍ୟେକ ଓ୍ବାର୍ଡରେ ଶାନ୍ତି କମିଟି ଗଠନ ପାଇଁ ଆୟୋଜିତ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଗୋଷ୍ଠୀ କନ୍ଦଳକୁ ନେଇ ଆଜି ସୁଦ୍ଧା ୨୪ଟି ମାମଲା ରୁଜ୍ଜୁ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ୯୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..