Report Card Odisha

| Daily Odia News

ବାଲେଶ୍ୱରରେ କର୍ଫ୍ୟୁ କୋହଳ,ରାତିରେ ରହିବ କର୍ଫ୍ୟୁ….

ରିପୋର୍ଟ କାର୍ଡ / ବାଲେଶ୍ଵର

ବାଲେଶ୍ୱର ପୌରାଞ୍ଚଳରେ ଆହୁରି କୋହଳ ହେଲା କର୍ଫ୍ୟୁ। ଆଜିଠୁ କେବଳ ରାତିରେ ହିଁ କର୍ଫ୍ୟୁ କଟକଣା ରହିବ । ସହଦେବଖୁଣ୍ଟା, ଟାଉନ ଥାନା ଅଞ୍ଚଳରେ କଟକଣା କୋହଳ ହୋଇଛି। ସକାଳ ୫ଟାରୁ ରାତି ୯ଟା ଯାଏଁ କର୍ଫ୍ୟୁ କଟକଣା କୋହଳ ହୋଇଛି। ମାତ୍ର ଏହି ଅଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁକଟକଣା ବଳବତ୍ତର ରହିବ। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ | ସମସ୍ତଙ୍କ ସହଯୋଗରୁ ସହରର ସ୍ଥିତି ଏବେ ସମ୍ପୂର୍ଣ୍ଣ ସ୍ଵାଭାବିକ ହୋଇପାରିଛି ବୋଲି କହିଛନ୍ତି ଜିଲ୍ଲାପାଳ ଏବଂ ଏସ୍‌ପି। ତେବେ ଶାନ୍ତି କମିଟି ବୈଠକ ଆୟୋଜନ ପୂର୍ବରୁ ସହରର ପ୍ରତ୍ୟେକ ଓ୍ବାର୍ଡ​‌ରେ ଶାନ୍ତି କମିଟି ଗଠନ ପାଇଁ ଆୟୋଜିତ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଗୋଷ୍ଠୀ କନ୍ଦଳକୁ ନେଇ ଆଜି ସୁଦ୍ଧା ୨୪ଟି ମାମଲା ରୁଜ୍ଜୁ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ୯୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Breaking News