Report Card Odisha

| Daily Odia News

ବିଜେପି ଛାଡ଼ିଲେ ପାୱାରଙ୍କ ଏନସିପିରେ ସାମିଲ ହେଲେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଜେପି ଛାଡ଼ିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୂର୍ଯ୍ୟକାନ୍ତା ପାଟିଲ ଶରଦ ପାୱାରଙ୍କ ଏନସିପିରେ ସାମିଲ ହୋଇଛନ୍ତି। ଦୀର୍ଘ ୧୦ ବର୍ଷ ପରେ ସେ ଶରଦ ପାୱାରଙ୍କ ଏନସିପିକୁ ଫେରିଛନ୍ତି। ୨୦୧୪ରେ ସେ ଶରଦ ପାୱାରଙ୍କୁ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ଏବେ କିନ୍ତୁ ସେ ଦଳକୁ ଫେରିଛନ୍ତି। ଶନିବାର ସୂର୍ଯ୍ୟକାନ୍ତା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଆଜି ସେ ଏନସିପିର ଶରଦ ପାୱାର ଗୋଷ୍ଠୀରେ ମିଶିଛନ୍ତି। ଜେପି ଛାଡ଼ିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୂର୍ଯ୍ୟକାନ୍ତା ପାଟିଲ ଆଜି ଶରଦ ପାୱାରଙ୍କ ଏନସିପିରେ ସାମିଲ ହୋଇଛନ୍ତି। ଦୀର୍ଘ ୧୦ ବର୍ଷ ପରେ ସେ ଶରଦ ପାୱାରଙ୍କ ପାଖକୁ ଫେରିଛନ୍ତି। ୨୦୧୪ରେ ସେ ଶରଦ ପାୱାରଙ୍କୁ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ଏବେ କିନ୍ତୁ ସେ ଦଳକୁ ଫେରିଛନ୍ତି। ଶନିବାର ସୂର୍ଯ୍ୟକାନ୍ତା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ମଙ୍ଗଳବାର ସେ ଏନସିପିର ଶରଦ ପାୱାର ଗୋଷ୍ଠୀରେ ମିଶିଛନ୍ତି। ସୂର୍ଯ୍ୟକାନ୍ତା ନିଜର ଇସ୍ତଫା ପତ୍ରରେ ଲେଖିଥିଲେ ଯେ ସେ ବିଜେପିର ମହାରାଷ୍ଟ୍ର ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେଙ୍କୁ ଭେଟିବାକୁ ଚାହିଁଥିଲେ। କିନ୍ତୁ ତାଙ୍କୁ ଏଥିପାଇଁ ଅନୁମତି ମିଳି ନଥିଲା। ବିଜେପି ଛାଡ଼ିବା ପରେ ସେ କହିଥିଲେ “ବିଗତ ୧୦ ବର୍ଷ ମଧ୍ୟରେ ମୁଁ ବହୁତ କିଛି ଶିଖିଛି। ମୁଁ ଦଳକୁ ଏଥିପାଇଁ ଧନ୍ୟବାଦ ଜଣାଉଛି।”

Breaking News