Report Card Odisha

| Daily Odia News

ଅଭିମନ୍ୟୁ ବେହେରା ପୁରୀ ପୌର ପରିଷଦର ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୁରୀ ପୌର ପରିଷଦ ପାଇଁ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ(ଏକଜ୍ୟୁଟିଭ ଅଫିସର) ନିଯୁକ୍ତି ହୋଇଛନ୍ତି। ବରିଷ୍ଠ ଓଏଏସ୍ ଅଭିମନ୍ୟୁ ବେହେରାଙ୍କୁ ପୁରୀ ପୌର ପରିଷଦର ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ ହୋଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜଗତସିଂହପୁର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବରିଷ୍ଠ ଓଏଏସ୍ ଅଭିମନ୍ୟୁ ବେହେରାଙ୍କୁ ପୁରୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି । ରଥଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଦଳି କରିଥିବା କୁହାଯାଉଛି | ସୂଚନାଯୋଗ୍ୟ, ବରିଷ୍ଠ ଓଏଏସ୍ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦାଙ୍କୁ ରାଜ୍ୟ ସରକାର ଗତ ମାର୍ଚ୍ଚ ୧୪ତାରିଖରେ ପୁରୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଥିଲେ । ତାଙ୍କ ସ୍ଥାନରେ ଶ୍ରୀ ବେହେରାଙ୍କୁ ନିଯୁକ୍ତି ମିଳିଥିବା ଜଣାପଡ଼ିଛି |

Breaking News