Report Card Odisha

| Daily Odia News

ମିଳିତ ଅଧିବେଶନକୁ ସମ୍ବୋଧିତ କଲେ ରାଷ୍ଟ୍ରପତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌଦପୀ ମୁର୍ମୁ । ଆଜି ସେ ସଂସଦ ଭବନରେ ପହଞ୍ଚିବା ପରେ ଉପରାଷ୍ଟ୍ରପତି ଜଗଦିଶ ଧନଖଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ମିଳିତ ଅଧିବଶେନକୁ ସମ୍ବୋଧିତ କରି ନବନିର୍ବାଚିତ ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି|ସମ୍ବୋଧନ ସଭାରେ ଦେଶର ଗରିବୀଠୁ ନେଇ ଶିକ୍ଷା, ବିଜ୍ଞାନ, ବାଣିଜ୍ୟ ଓ ଭବିଷ୍ୟତ ଯୋଜନା ଉପରେ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ମୁର୍ମୁ। ଦେଶରେ ଗରିବୀ ଦୂର ହୋଇଛି, ୨୫ କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ଏଥିସହ ଦେଶରେ ବିଜୁଳି ବିଲ୍ ଶୂନ କରିବାକୁ ସରକାର ଯୋଜନା କରୁଥିବା ସେ କହିଛନ୍ତି।
ସରକାରଙ୍କ ବିଭିନ୍ନ ଯୋଜନାର ଗୁଣଗାନ କରିବା ସହ ପେପର ଲିକ୍‍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଅଭିଭାଷଣ ରଖିଛନ୍ତି । ରାଷ୍ଟ୍ରପତି କହିଛନ୍ତି ମୋ ସରକାର ପେପର ଲିକ୍‍ ରୋକିବାକୁ କଡା ଆକ୍ସନ ଆଣିଛନ୍ତି । ପେପର ଲିକର ନିରପେକ୍ଷ ଯାଞ୍ଚ ପାଇଁ ସରକାର ପ୍ରତିଶୃତିବଦ୍ଧ । ବିଭିନ୍ନ ରାଜ୍ୟରେ ବି ପେପର ଲିକ୍‍ ଖବର ସାମ୍ନାକୁ ଆସିଛି । ପେପର ଲିକ୍‍ ଘଟଣାର ନିରପେକ୍ଷ ଯାଞ୍ଚ ହେବ । ପରୀକ୍ଷାରେ ପାରଦର୍ଶିତା, ନିରପେକ୍ଷତା ରହିବା ନିହାରି ଜରୁରୀ । ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ପଦକ୍ଷେପ ନେବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି । ପରୀକ୍ଷା ପରିଚାଳନାରେ ଜଡିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି ।

Breaking News