Report Card Odisha

| Daily Odia News

କେଜ୍ରିୱାଲ୍‌ଙ୍କୁ ଗୀତା, ଔଷଧ ପାଇଁ ମିଳିଲା ଅନୁମତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଳୀ

ଦିଲ୍ଲୀ ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିନ ତିନି ଦିନିଆ ସିବିଆଇ ହେପାଜତକୁ ପଠାଇ ଦିଆଯାଇଛି। ଅନୁସନ୍ଧାନକାରୀ ସଂସ୍ଥାକୁ କେଜ୍ରିୱାଲଙ୍କ ହେପାଜତ ପ୍ରଦାନ କରିବା ସହ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ହେପାଜତରେ ‌ରହିବା ସମୟରେ କେଜ୍ରିୱାଲ୍‌ଙ୍କର କିଛି ଅନୁରୋଧକୁ ଗ୍ରହଣ କରିଛନ୍ତି। ହେପାଜତ ସମୟରେ କେଜ୍ରିୱାଲ ତାଙ୍କ ଚଷମା, ଆବଶ୍ୟକୀୟ ଔଷଧ, ଘର ରନ୍ଧା ଖାଦ୍ୟ, ଭଗବଦ୍ ଗୀତାର କପି ଏବଂ ପ୍ରତିଦିନ ଏକ ଘଣ୍ଟା ପାଇଁ ତାଙ୍କ ପତ୍ନୀ ଏବଂ ସମ୍ପର୍କୀୟଙ୍କୁ ଭେଟିବାକୁ ଅନୁମତି ଦିଆଯିବା ପଇଁ ନିବେଦନ କରଛନ୍ତି। ଯାହାକୁ ଏବେ ମଞ୍ଜୁରି ମିଳିଛି। କେଜ୍ରିୱାଲଙ୍କର ଆଉ ଏକ ଅନୁରୋଧ ମଧ୍ୟ କରିଛନ୍ତି। ସେ ତାଙ୍କୁ ଇଡି ଗିରଫ କରିବା ବେଳେ ଆବଶ୍ୟକ ସାମଗ୍ରୀ ତାଲିକାରେ ତାଙ୍କ ବେଲ୍ଟ ଉଲ୍ଲେଖ କରିବାକୁ ଭୁଲି ଯାଇଥିଲେ। ଯାହାକି ଏବେ ସେ ନେବାକୁ କହିଛନ୍ତି। କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ବେଲ୍ଟ ନଥିବାରୁ ତିହାର ଜେଲକୁ ଯିବାବେଳେ ତାଙ୍କୁ ପ୍ୟାଣ୍ଟ ଧରି ରଖିବାକୁ ପଡୁଥିଲା। ଯାହା ତାଙ୍କୁ ଲଜ୍ଜାଜନକ ମନେ ହୋଇଥିଲା। କେଜ୍ରିୱାଲଙ୍କ ଅନୁରୋଧକୁ କୋର୍ଟ ଅନୁମତି ଦେଇଛନ୍ତି। କେଜ୍ରିୱାଲଙ୍କୁ ଜୁନ୍ ୨୯ ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା କୋର୍ଟରେ ହାଜର କରାଯିବ।

Breaking News