ରିପୋର୍ଟ କାର୍ଡ / ସମ୍ବଲପୁର
ପାରିବାରିକ କଳହରୁ ବୁଢା ବାପାକୁ ପିଟି ପିଟି ହତ୍ୟା କରିଛି ପୁଅ। ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୁଦେଲଛିଣ୍ଡା ଗାଁ ରୁ। ମୃତକ ଜଣଙ୍କ ହେଉଛନ୍ତି ରାମ ପ୍ରସାଦ ବାଗ। ଗତକାଲି ରାତିରେ ବାପା ରାମ ପ୍ରସାଦ ବାଗ ଓ ପୁଅ ଧିରେନ ବାଗ ମଧ୍ୟରେ ପାରିବାରିକ ଘଟଣାକୁ ନେଇ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ଉଗ୍ର ରୂପନେଇଥିଲା ଯେ ପୁଅ ଧିରେନ ରାଗିଯାଇ ବାପାଙ୍କୁ ପିଟା ପିଟି କରିଥିଲା ଫଳରେ ବାପା ରାମ ପ୍ରସାଦ ବାଗଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ପୁଅ ଧିରେନ ବାଗଙ୍କୁ ଥାନାକୁ ନେଇ ପଚରା ଉଚରା କିରିଛି। ପୋଲିସ ତଦନ୍ତ ବେଳେ ଧିରେନ କହିଛି ମୁଁ ମଦ ପିଇ ନିଶାସକ୍ତ ଅବସ୍ଥାରେ ବାପଙ୍କୁ ଅନେକ ସମୟ ରେ ପିଟାପିଟି କରେ।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..