ରିପୋର୍ଟ କାର୍ଡ / ରାଉରକେଲା
ଜେଲ ରୁ ପେରିବା ପରେ ରୋଗୀ ସେବା କରୁଥିଲେ ନକଲି ଡାକ୍ତର | ଜଣେ ଡାକ୍ତରଙ୍କ ସାର୍ଟିଫିକେଟ ଦେଇ ସରକାରୀ ଡାକ୍ତରଖାନାରେ ରୋଗୀଙ୍କର ଡାଏଲିସିସି କରୁଥିଲେ ନକଲି ଡାକ୍ତର। ଧରାପଡ଼ିବା ପରେ ନକଲି ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ନକଲି ଡାକ୍ତର ଜଣଙ୍କ ହେଲେ ପଦ୍ମନାଭନ ମୁଖି କାରୁଆ। ସେ ରାଉରକେଲା ସରକାରୀ ଡାକ୍ତରଖାନାରେ ଡାଏଲିସିସି ବିଭାଗରେ କାମ କରୁଥିଲେ। ଝାଡ଼ଖଣ୍ଡର ଜଣେ ଡାକ୍ତରଙ୍କ ସାର୍ଟିଫିକେଟରେ ଦେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଡାଏଲିସିସି ବିଭାଗରେ ଡାକ୍ତର ଭାବେ ଠିକାରେ ନିଯୁକ୍ତି ପାଇଥିଲେ। କିଛି ଦିନ ତଳେ ପଦ୍ମନାଭ ଏକ ଘରୋଇ କମ୍ପାନୀରୁ ୠଣ ନେବା ପାଇଁ ଆବେଦନ କରିଥିଲେ। ତେବେ ସେ ଦେଇଥିବା ଡକ୍ୟୁମେଣ୍ଟ ନକଲି ଜଣାପଡ଼ିବା ପରେ ଘରୋଇ କମ୍ପାନୀ ପୁଲିସକୁ ଜଣାଇଥିଲେ। ପୋଲିସ ପଦ୍ମନାଭନକୁ ଥାନାକୁ ଡାକି ପଚରାଉଚରା କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ପରେ ପଦ୍ମନାଭନ ବିଷୟରେ ରାଉରକେଲା ସରକାରୀ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟକୁ ଜଣାଇଥିଲା ପୋଲିସ। ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ଓପଲିସି । ଆଜି ନକଲି ଡାକ୍ତରଙ୍କୁ କୋର୍ଟ ଚାଲାଣ କରାଯାଇଛି । ୨୦୧୯ରେ ମସିହାରେ ପଦ୍ମନାଭନ ନୂଆ ଗାଁ ବ୍ଲକରେ ବି ନକଲି ସାର୍ଟିଫିକେଟ ଦେଇ ରୋଗୀ ସେବା ଜାରି ରଖିଥିଲେ। କିନ୍ତୁ ଲୋକଙ୍କ ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। କିଛି ଦିନ ତଳେ ପଦ୍ମନାଭନ ବେଲ୍ରେ ଆସିଥିଲେ। ପରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଠିକାରେ ଡାଏଲିସିସି ବିଭାଗର ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ଏହା ପୂର୍ବରୁ ମଧ୍ୟ ପଦ୍ମନାଭନ ବିଭିନ୍ନ ହସପିଟାଲରେ ଜାଲ ସାର୍ଟିଫିକେଟ ଦେଇ କାକ କରିବାକୁ ଚେଷ୍ଟା କରି ଧରାପଡ଼ିଥିଲେ।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..