ରିପୋର୍ଟ କାର୍ଡ / ବାଲେଶ୍ଵର
ଚାନ୍ଦିପୁର ଥାନା ପଦ୍ମପୁରସ୍ଥିତ ବାଞ୍ଛାନିଧି ଇଂରାଜୀ ମିଡିୟମ ସ୍କୁଲରେ ପାଣିଟାଙ୍କି ଭୁଶୁଡି ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃମୃତକ ହେଲେ ୧୦ ବର୍ଷର ଛାତ୍ର ନାରାୟଣ ଟୁଡୁ | ନାରାୟଣ ସ୍କୁଲ ହଷ୍ଟେଲରେ ରୁହନ୍ତି। ଆଜି ସକାଳେ ଜଳିଖିଆ ଖାଇ ସାରି ହାତ ଧୋଇବାକୁ ପାଣି ଟାଙ୍କି ନିକଟରେ ଥିବା ଟ୍ୟାପ ପାଖକୁ ଯାଇଥିଲେ। ଏହି ସମୟରେ ପାଣି ଟାଙ୍କିର କାନ୍ଥଟି ପିଲାଟି ଉପରେ ଭୁଶୁଡ଼ି ପଡ଼ିଥିଲା। ପିଲାଟି ତା’ ତଳେ ଚାପି ହୋଇଯାଇଥିଲା। ପରେ ନାରାୟଣଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି |






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….