Report Card Odisha

| Daily Odia News

୮୮ ବର୍ଷ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ବର୍ଷା ରେକର୍ଡ, ଗଲାଣି ୬ ଜୀବନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୮୮ ବର୍ଷ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଶୁକ୍ରବାର ଦିନ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୨୮.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବାରୁ ସହରର ଅନେକ ଅଂଶ ଜଳବନ୍ଦୀ ହୋଇ ରହିଛି ଏବଂ ଅନେକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ଘଟିଛି। ଦିଲ୍ଲୀରେ ବର୍ଷା ସମ୍ବନ୍ଧୀୟ ଘଟଣାରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ପିଲା ବର୍ଷା ଜଳ ଭର୍ତ୍ତି ଖାଲରେ ବୁଡ଼ି ଯାଇଥିବା ସୂଚନା ରହିିଛି। ରାଜଧାନୀ ଦିଲ୍ଲୀରେ ମୌସୁମୀ ପହଞ୍ଚିବା ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆସନ୍ତା ପାଞ୍ଚ ଦିନ ମଧ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଛି ଏବଂ ଦିଲ୍ଲୀର କିଛି ଅଂଶ ଜୁଲାଇ ୧ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦିଲ୍ଲୀରେ ଗତ ୮୮ ବର୍ଷ ମଧ୍ୟରେ ଏଭଳି ବର୍ଷା କେବେ ହୋଇନନଥିଲା। ଜାତୀୟ ରାଜଧାନୀରେ ସର୍ବାଧିକ ବର୍ଷା ହେବାର ଗୋଟିଏ ଦିନ ପରେ ଦିଲ୍ଲୀରେ ଶନିବାର ହାଲୁକା ବର୍ଷା ହୋଇଛି।ଶନିବାର ଦିଲ୍ଲୀ-ଏନ୍‌ସିଆର୍‌, ଦ୍ବାରକା, ପାଲମ, ବସନ୍ତ ବିହାର, ବସନ୍ତ କୁଞ୍ଜ, ଗୁରୁଗ୍ରାମ, ଫରିଦାବାଦ ଓ ମନେସର ଆଦିର କିଛି ଅଂଶରେ ହାଲୁକା ଏବଂ ମଧ୍ୟମ ତୀବ୍ରତା ସହିତ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ଆଇଏମ୍‌ଡି। ଏହି ବନ୍ୟା ଯୋଗୁଁ ଦିଲ୍ଲୀ-ଏନ୍‌ସିଆର୍‌ର ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି। ଯାତ୍ରୀମାନେ ଘୋର ଜଳବନ୍ଦୀ ଓ ଟ୍ରାଫିକ୍ ଜାମ୍‌ର ସମ୍ମୁଖୀନ ହେଉଛନ୍ତି। ତେବେ ବର୍ଷା ଯୋଗୁଁ ଗତ ଦୁଇ ମାସର ପ୍ରବଳ ଗରମରୁ ତ୍ରାହି ମିଳିଥିବା ବେଳେ ଆଜି ସର୍ବନିମ୍ନ ତାପମାତ୍ରା ୨୪.୭ ଡିଗ୍ରି ରେକର୍ଡ କରାଯାଇଛି, ଯାହା ସ୍ବାଭାବିକଠାରୁ ୩.୨ ଡିଗ୍ରି କମ୍।

Breaking News