ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରର ବଦଳିପାରନ୍ତି ମୁଖ୍ୟମନ୍ତ୍ରୀ | ଏଭଳି କିଛି ଚର୍ଚ୍ଚା ଭିତରେ ଦିଲ୍ଲୀ ଯାଇଛନ୍ତି ମଣିପୁରର କିଛି ବିଧାୟକ। ଚର୍ଚ୍ଚା ହେଉଛି ଯେ ଏମାନେ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ସହିତ ମୁଖ୍ୟମନ୍ତ୍ରୀ ପଦରୁ ବିରେନ ସିଂହ ଇସ୍ତଫା ଦାବି କରିପାରନ୍ତି। ପୂର୍ବୋତ୍ତର ରାଜ୍ୟ ମଣିପୁରରେ ଗତ ବର୍ଷ ହୋଇଥିବା ଜାତିଗତ ହିଂସା ପରଠାରୁ ଏଠାରେ ସମୟକ୍ରମେ ହିଂସାତ୍ମକ ଘଟଣା ଘଟି ଚାଲିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କ ବିରୋଧରେ ଅନେକ ପ୍ରଶ୍ନ ଉଠିଛି। ବିରୋଧୀ ବାରମ୍ବାର ତାଙ୍କ ଇସ୍ତଫା ଦାବି କରୁଛନ୍ତି। ଏହାରି ଭିତରେ ବିରୋନ୍ ସରକାରଙ୍କ କ୍ଷମତାର ପଟ୍ଟ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଖବରକୁ ଖଣ୍ଡନ କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ। କିଛି ଲୋକ ନ୍ୟସ୍ତ ସ୍ୱାର୍ଥ ହେତୁ ଏଭଳି ଗୁଜବ ପ୍ରଚାର କରୁଥିବା ସେ କହିଛନ୍ତି।ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ଦଳର କିଛି ନେତା ଦିଲ୍ଲୀ ଯାଇଥିବା କଥା ସ୍ୱୀକାର କରିଛନ୍ତି। ମଣିପୁରର ଜାତୀୟ ହିଂସାକୁ ପ୍ରଭାବିତ ଢ଼ଙ୍ଗରେ ସମାଧାନ କରିବାକୁ ବିଧାୟକମାନେ ବିଜେପି ନେତୃତ୍ୱ ଏବଂ କେନ୍ଦ୍ରୀୟ ନେତାଙ୍କୁ ଭେଟିବାକୁ ଯାଇଥିବା ସେ କହିଛନ୍ତି।






More Stories
ରନ୍ଓ୍ବେରେ ପିଟିହେଲା ବିମାନ…..
ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ହତ୍ୟା……
ମୋଦୀ ଡାକିଲେ ଜରୁରୀ ବୈଠକ…..