ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି ସିବିଆଇ । ଏହି କ୍ରମରେ ଝାଡ଼ଖଣ୍ଡର ହଜାରିବାଗରେ ଥିବା ଏକ ସ୍କୁଲ ଉପରେ ଚଢଉ କରି ଗତକାଲି ହଜାରୀବାଗର ଓଆସିସ୍ ସ୍କୁଲର ପ୍ରଧାନ ଶିକ୍ଷକ ଅହସାନ-ଉଲ-ହକ୍ ଏବଂ ଉପାଧ୍ୟକ୍ଷ ଇମତିଆଜ ଆଲାମଙ୍କୁ ସିବିଆଇ ଗିରଫ କରିଥିଲା। ଏବେ ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଶନିବାର ଏହି ମାମଲାରେ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି ସିବିଆଇ । ହଜାରୀବାଗରୁ ସାମ୍ବାଦିକ ଜମାଲୁଦ୍ଦିନଙ୍କୁ ଗିରଫ କରିଛି ସିବିଆଇ । ଏଥିସହ ଏହି ମାମଲାରେ ଗିରଫଦାରୀର ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ସିବିଆଇ ଏହି ମାମଲାରେ ଓଏସିସି ସ୍କୁଲ ହଜାରୀବାଗର ପ୍ରଧାନ ଶିକ୍ଷକ ଅହସାନ-ଉଲ-ହକ୍ ଏବଂ ଉପାଧ୍ୟକ୍ଷ ଇମତିଆଜ ଆଲାମଙ୍କ ବ୍ୟତୀତ ମନୀଷ ଏବଂ ଆଶୁତୋଷଙ୍କୁ ଗିରଫ କରିଥିଲା। ସିବିଆଇ ଯାଞ୍ଚ କରିବା ସମୟରେ ପ୍ରଧାନ ଶିକ୍ଷକ ଅହସାନ-ଉଲ-ହକଙ୍କ ସହ ଦୁଇ ଝଣ ସାମ୍ବାଦିକ ସଂଯୋଗରେ ଥିବା ଜାଣିବାକୁ ପାଇଥିଲା । ଯାହା ଭିତରୁ ଜଣେ ସାମ୍ବାଦିକ ଜମାଲୁଦ୍ଦିନଙ୍କୁ ଗିରଫ କରାଯାଇଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସାମ୍ବାଦିକ ଜଣକ ଝାଡଖଣ୍ଡର ଗୋଟିଏ ହିନ୍ଦୀ ଖବରକାଗଜର ସାମ୍ବାଦିକ ଅଟନ୍ତି। ସାମ୍ବାଦିକ ଜଣକ ପେପର ଲିକ୍ ସମୟରେ ପ୍ରିନ୍ସିପାଲଙ୍କ ସହ ଲଗାତାର କଥା ହେଉଥିଲେ। ଅହସାନ-ଉଲ-ହକଙ୍କ ତଥ୍ୟ ଆଧାରରେ ସିବିଆଇ ସାମ୍ବାଦିକ ଜଣଙ୍କୁ ପଚରାଉଚୁରା ପାଇଁ ଡାକିଥିଲା। ଆଉ ଏହାପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ଇକୋନୋମିକ୍ସ ଅଫେନ୍ସ ୟୁନିଟର ଯାଞ୍ଚକୁ ଆଗକୁ ବଢାଇବା ସହ ଏହି ବଡ ଲିଡରେ ଆଗକୁ ବଢୁଛି ସିବିଆଇ । ଅନ୍ୟପଟେ ଗୁଜରାଟ ଏବଂ ଅନ୍ୟ ସ୍ଥାନରେ ମଧ୍ୟ ଏବେ ବି ଛାନଭିନ୍ ଜାରି ରହିଛି ।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..