ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୧୪ ଦିନ ନ୍ୟାୟିକ ହେପାଜତକୁ ପଠାଯାଇଛି। CBI ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ନେଇଛି। ତଦନ୍ତ ଏବଂ ନ୍ୟାୟର ସ୍ୱାର୍ଥ ପାଇଁ କେଜ୍ରିୱାଲଙ୍କୁ ରିମାଣ୍ଡରେ ନିଆଯାଇଥିବା କହିଛି CBI। କେଜ୍ରିୱାଲ ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା ସିବିଆଇ। କେଜ୍ରିୱାଲ ତଦନ୍ତରେ ସହଯୋଗ କରିନଥିବା ସିବିଆଇ ଅଭିଯୋଗ କରିବା ସହ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ ଏବଂ ପରେ କେଜ୍ରିୱାଲଙ୍କୁ ୧୪ ଦିନ ପଇଁ ନ୍ୟାୟିକ ହେପାଜତରେ ନେବା ପାଇଁ ସିବିଆଇକୁ ଅନୁମତି ଦେଇଛନ୍ତି। ଆସନ୍ତା ଜୁଲାଇ ୧୨ରେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେବେ କେଜ୍ରିୱାଲ।






More Stories
ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ଗୃହୀତ…..
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..