ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କହିଛନ୍ତି ଯେ ନ୍ୟାୟପାଳିକା ପବିତ୍ର, ସଚ୍ଚୋଟ ଓ ରାଜନୈତିକ ପକ୍ଷପାତିତାମୁକ୍ତ ହେବା ଉଚିତ। ପ୍ରଧାନବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ମତକୁ ସମର୍ଥନ କରି କହିଛନ୍ତି ଯେ ବିଚାରପତିମାନେ ସେମାନଙ୍କ ବ୍ୟକ୍ତିଗତ ବିଶ୍ୱାସ ଦ୍ବାରା ସେମାନଙ୍କ ରାୟକୁ ପ୍ରଭାବିତ ହେବାକୁ ଦେବା ଅନୁଚିତ। କୋଲକାତାରେ ସମସାମୟିକ ନ୍ୟାୟିକ ବିକାଶ ଉପରେ ଆୟୋଜିତ ଏକ ସମ୍ମିଳନୀରେ ମମତା ବାନାର୍ଜୀ ନ୍ୟାୟପାଳିକାକୁ ନାଗରିକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ବୋଲି ବର୍ଣ୍ଣନା କରିବା ସହ ନ୍ୟାୟ ପାଇବା ଓ ସାମ୍ବିଧାନିକ ଅଧିକାରକୁ ବଜାୟ ରଖିବା ପାଇଁ ଏହା ଶେଷ ସୀମା ଭାବେ କାର୍ଯ୍ୟ କରୁଛି ବୋଲି କହିଥିଲେ। ମମତା କହିଥିଲେ, ନ୍ୟାୟପାଳିକା ଉପରେ ଲୋକମାନଙ୍କର ଭରସା ଅଛି। ସବୁଠୁ ନିରାଶ ହେଲାପରେ ଲୋକମାନେ ଅଦାଲତ ଯାଇଥାନ୍ତି। ନ୍ୟାୟପାଳିକା ସେମାନଙ୍କ ସମସ୍ୟାର ସମାଧାନ କରିପାରିବ ବୋଲି ଆଶା ରଖିଥାନ୍ତି। ନ୍ୟାୟ ପାଇବା ଓ ସାମ୍ବିଧାନିକ ଅଧିକାରକୁ ବଜାୟ ରଖିବା ପାଇଁ ଏହା ହେଉଛି ଶେଷ ସୀମା। ମମତା କହିଛନ୍ତି ଯେ, ପଶ୍ଚିମବଙ୍ଗ ସରକାର ନ୍ୟାୟପାଳିକାର ବିକାଶ ପାଇଁ ୧୦୦୦ କୋଟି ଟଙ୍କା ଦେଇଛନ୍ତି ଏବଂ କୋଲକାତାର ରାଜାରହାଟ ଅଞ୍ଚଳରେ ଏକ ନୂତନ ହାଇକୋର୍ଟ ନିର୍ମାଣ ପାଇଁ ଜମି ଯୋଗାଇ ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରଧାନବିଚାରପତି କହିଛନ୍ତି, ବିଚାରପତିଙ୍କ ନୈତିକତାର ଧାରଣା ନୁହେଁ ବରଂ ସାମ୍ବିଧାନିକ ନୈତିକତା ଆଧାରରେ ରାୟ ଦେବା ଉଚିତ।






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..