ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳ ଏବଂ ଚୀନ୍ର ଅଧିକାରୀମାନେ ୧୮ ବର୍ଷ ପରେ ସୀମା ବିବାଦ ଉପରେ ଆଲୋଚନା ପାଇଁ ବୈଠକ ଆରମ୍ଭ କରିଛନ୍ତି। ନେପାଳ ଏବଂ ଚୀନ୍ର ଅଧିକାରୀମାନେ ଜୁନ୍ ୧୯ ଏବଂ ୨୦ ରେ ବେଜିଂରେ ଭେଟିଥିଲେ। ତେବେ କାଠମାଣ୍ଡୁରେ ପରବର୍ତ୍ତୀ ବୈଠକ କରାଯିବ। ତେବେ ବେଜିଂ ବୈଠକରେ କୌଣସି ଅଗ୍ରଗତି ହୋଇପାରି ନ ଥିଲା। ଏଭଳି ପରିସ୍ଥିତିରେ ବର୍ତ୍ତମାନ ନେପାଳ ଏବଂ ଚୀନ୍ର ବରିଷ୍ଠ ସର୍ଭେ ଅଧିକାରୀମାନେ କାଠମାଣ୍ଡୁରେ ଆଉ ଏକ ରାଉଣ୍ଡ ସୀମା ଆଲୋଚନା ଆୟୋଜନ କରିବାକୁ ସହମତ ହୋଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ଅନୁଯାୟୀ, କୂଟନୈତିକ ଚ୍ୟାନେଲ ମାଧ୍ୟମରେ ପରବର୍ତ୍ତୀ ବୈଠକର ତାରିଖ ସ୍ଥିର କରାଯିବ। କାଠମାଣ୍ଡୁ ପୋଷ୍ଟ ରିପୋର୍ଟ ଅନୁଯାୟୀ, ୨୦୦୬ମସିହାରୁ ଅଟକି ରହିଥିବା ମିଳିତ ସୀମା ଯାଞ୍ଚ ଆରମ୍ଭ କରିବା ପାଇଁ ବେଜିଂରେ ଅନୁଷ୍ଠିତ ବୈଠକରେ ନେପାଳୀ ଦଳ ପ୍ରସ୍ତାବ ଦେଇଥିଲା, କିନ୍ତୁ ଚୀନ୍ ପକ୍ଷ ଏଥିରେ ସହମତ ହୋଇ ନ ଥିଲା। କାଠମାଣ୍ଡୁରେ ହେବାକୁ ଥିବା ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯାଇପାରେ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..