ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର ପରେ ଏବେ ଝାଡ଼ଖଣ୍ଡରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି। ଗିରିଡିହ ଜିଲ୍ଲା ଦେଓରି ବ୍ଲକର ଅର୍ଗା ନଦୀ ଉପରେ ନିର୍ମାଣାଧୀନ ଏହି ସେତୁର ପିଲାର୍ ପ୍ରବଳ ବର୍ଷା ହେତୁ ଦବି ଯିବା କାରଣରୁ ଏହା ଭୁଶୁଡ଼ି ପଡ଼ିଛି। ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନସୁଦ୍ଧା ମୃତାହତ ନେଇ କୌଣସି ଖବର ନାହିଁ। ଶନିବାର ରାତିରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିଠାରୁ ପ୍ରାୟ ୨୩୫ କିଲୋମିଟର ଦୂରରେ ଥିବା ଦେଓରି ବ୍ଲକରେ ଘଟିଛି ଏହି ଅଘଟଣ। ଡୁମ୍ରିଟୋଲା ଏବଂ କରିପହରୀ ଗ୍ରାମକୁ ସଂଯୋଗ କରିବା ପାଇଁ ଫତେହପୁର-ଭେଲାୱତୀ ରାସ୍ତାରେ ଏକ ସେତୁ ନିର୍ମାଣ କରାଯାଉଛି। ଅପରପକ୍ଷେ, ୫.୫ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଉଥିବା ରିପୋର୍ଟରେ ଦର୍ଶାଯାଇଛି।






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..