ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦାୟିତ୍ଵ ଗ୍ରହଣ କଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଲୋକସେବା ଭବନରେ ସେ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ମନୋଜ ଆହୁଜା ଆଜି ସକାଳୁ ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ଵରରେ ପହଞ୍ଚିଛନ୍ତିଥିଲେ। ୧୯୯୦ ବ୍ୟାଚ୍ ବରିଷ୍ଠ ଆଇଏଏସ୍ ଅଫିସର ହେଉଛନ୍ତି ମନୋଜ ଆହୁଜା। ଖୋର୍ଦ୍ଧା ଜିଲ୍ଲାପାଳ ଭାବରେ କ୍ୟାରିଅର ଆରମ୍ଭ କରିଥିଲେ ଶ୍ରୀ ଆହୁଜା। ସେ କେନ୍ଦ୍ର କୃଷି ସଚିବ ଦାୟିତ୍ଵରେ ରହିଥିଲେ। କେନ୍ଦ୍ରୀୟ ଡେପୁଟେସନ୍ ରେ ଯିବା ପରେ ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀର ନୂତନ ନିର୍ଦେଶକ ଭାବେ କାମ କରୁଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟରେ ସେ ସିବିଏସଇ ଅଧ୍ୟକ୍ଷ ଭାବେ ଦାୟିତ୍ଵରେ ରହିଥିଲେ। ସେପଟେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ସୋସିଆଲ ମିଡିଆ ଏକ୍ସରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ଜେନା। ସେ କହିଛନ୍ତି ମୁଁ ମୋ ଜୀବନର ଏକ ନୂତନ ସୋପାନରେ ପାଦ ଦେବାକୁ ଯାଉଛି। ତେଣୁ ନାଗରିକ ହିସାବରେ ସମସ୍ତଙ୍କଠାରୁ ଆର୍ଶିବାଦ ଲୋଡୁଛି। ଆହୁରି ମଧ୍ୟ ସେ କହିଛନ୍ତି ସରକାର ବାହାରେ ରହି ସମସ୍ୟା ଦୂର କରିବାକୁ ଚେଷ୍ଟା କରିବି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..