ରିପୋର୍ଟ କାର୍ଡ / ପୁରୀ
ଅନବସର ଘରେ ସୁସ୍ଥ ହେଉଛନ୍ତି ଦାରୁବ୍ରହ୍ମ। ଓଡିଆ ମଠ ଯୋଗାଇଥିବା ଫୁଲୁରି ତେଲ ଲାଗି ପରେ ପ୍ରଭୁଙ୍କ ଜ୍ଵରପୀଡ଼ା ଲାଘବ ହୋଇଛି। ପ୍ରଭୁଙ୍କ ଶ୍ରୀଅଙ୍ଗରେ ଏବେ ଓଷ ଲାଗି କରାଯାଉଛି। ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହେଉଛି ଦଶମୂଳ ମହୋଷଧି। ବିଭିନ୍ନ ପ୍ରକାର ଚେରମୁଳିରେ ପ୍ରସ୍ତୁତ ହେଉଥିବା ମହୋଷଧି ସେବନ ପରେ ଶ୍ରୀଜୀଉ ସଂପୂର୍ଣ୍ଣ ସୁସ୍ଥ ହେବେ। ରବିବାର ଶ୍ରୀଜୀଉଙ୍କ ଅନବସର ସେବା ୯ ଦିନରେ ପହଞ୍ଚିଛି। ଆଜି ଦାରୁବ୍ରହ୍ମ ଚକାବିଜେ କରିବେ। ଅନବସର ଘରେ ତିନୋଟି ଚକା ଉପରେ ଠାକୁରଙ୍କୁ ବିଜେ କରାଯିବ। ମଙ୍ଗଳବାର ଏକାଦଶୀ ତିଥିରେ ଖଳିଲାଗି କରାଯିବ। ଆଗାମୀ ୩ ତାରିଖ ଦ୍ଵାଦଶୀ ତିଥିରେ ରାଜ ପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀନହରକୁ ଯାଇ ପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜାଙ୍କୁ ଦଇତାପତି ଜଣାଇବେ। ଗୁରୁବାର ଘଣାଲାଗି ନୀତି କରାଯିବ। ଆଗାମୀ ୬ ତାରିଖ ଦିନ ରଥଖଳାକୁ ଆଜ୍ଞାମାଳ ବିଜେ କରାଯିବ। ପଟ୍ଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ବିଜେ ପରେ ୩ ରଥ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖକୁ ନିଆଯିବ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା କରିବେ ଦାରୁବ୍ରହ୍ମ। ଚଳିତ ମାସ ଗୋଟିଏ ଦିନରେ ଆଗାମୀ ୭ ତାରିଖ ଦିନ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ଶୁଭ ଫଳ ପ୍ରାପ୍ତ ହେବ…..