ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲୋକସେବା ଭବନରେ କାର୍ଯ୍ୟରତ ASOଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ASOଙ୍କ ନାଁ ମୋରା ମାରାଣ୍ଡି। ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ରହୁଥିବା ଘରୁ ଆଜି ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସଚିବାଳୟ ଇସ୍ପାତ ଓ ଖଣି ବିଭାଗରେ ୨୦୨୪ ବ୍ୟାଚର ଏଏସଓ ହେଉଛନ୍ତି ମୋରା ମାରାଣ୍ଡି। ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ, ଆତ୍ମହତ୍ୟା ପଛର କାରଣ କ’ଣ, ସେନେଇ ଅନେକ ପ୍ରଶ୍ନ ଉଠୁଛି | ମିଳିଥିବା ସୂଚନା ଅନୁସାରେ- ଆଜି ସକାଳେ ASOମୋରା ମାରାଣ୍ଡିଙ୍କୁ ଘର ଲୋକ ଫୋନ କରିଥିଲେ। ହେଲେ ତାଙ୍କ ଫୋନ ଲାଗିନଥିଲା। ପରେ ପରିବାର ଲୋକ ମୋରାଙ୍କ ସାଙ୍ଗକୁ ଫୋନ୍ କରି କହିଥଲେ। ଏନେଇ ମୋରା ରହୁଥିବା ଘରକୁ ତାଙ୍କ ସାଙ୍ଗ ଯାଇଥିଲେ। ସେଠାରେ ପହଁଞ୍ଚି ଦେଖିଲେ ମୋରଙ୍କ ମୃତଦେହ ଝୁଲୁଛି। ଏହା ପରେ ପୋଲିସ କୁ ଖବର ଦେଇଥିଲେ ମୋରାଙ୍କ ସାଙ୍ଗ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି କ୍ୟପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..