ରିପୋର୍ଟ କାର୍ଡ / ପୁରୀ
ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରଥ, ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ। ଆଜି ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ରଥଖଳାକୁ ଆଜ୍ଞାମାଳ ବିଜେ ହେବ। ଶ୍ରୀଜଗନ୍ନାଥ ମନ୍ଦିରରୁ ଆଜି ରଥଖଳାକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ପଟ୍ଟିଦିଅଁଙ୍କ ସକାଳ ଧୂପ ଶେଷ ହେବା ପରେ ୩ଜଣ ପୂଜାପଣ୍ଡା ସେବକ ତିନୋଟି ଆଜ୍ଞାମାଳ ସହ ଶୋଭାଯାତ୍ରାରେ ରଥଖଳାକୁ ଯିବେ। ରଥଯାତ୍ରା ପାଇଁ ନିର୍ମାଣ କରାଯାଇଥିବା ରଥଗୁଡ଼ିକରେ ଆଜ୍ଞାମାଳ ଲାଗି କରାଯିବ। ଦାରୁବ୍ରହ୍ମ ଅନବସର ଘରେ ଥିବାରୁ ପଟ୍ଟିଦିଅଁଙ୍କଠାରୁ ଆଜ୍ଞାମାଳ ନେଇ ରଥ ଗୁଡ଼ିକୁ ଟଣାଯାଇ ସିଂହଦ୍ବାର ସମ୍ମୁଖକୁ ନିଆଯିବ। ଆଜି ସକାଳ ୮ଟା ୪୫ରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ହୋଇଛି । ୧୯୭୧ରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥିବାରୁ ଏଭଳି ନୀତି ପାଳନ କରାଯାଇଥିଲା। ଚଳିତ ବର୍ଷ ରବିବାର ଗୋଟିଏ ଦିନରେ ଶ୍ରୀଜୀଉଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଅନୁଷ୍ଠିତ ହେବ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..