ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି ସମସ୍ତ ରାଜ୍ୟସ୍ତରୀୟ ଦଳୀୟ ପଦାଧିକାରୀଙ୍କୁ ହଟାଇଦେଇଛି । ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ଜାରି ନିର୍ଦ୍ଦେଶକ୍ରମେ ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କରାଯାଇଛି। ଏଥିରେ ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ ଓ ଦେବୀ ମିଶ୍ର ପ୍ରମୁଖଙ୍କୁ ରାଜ୍ୟସ୍ତରୀୟ ମୁଖପାତ୍ର କରାଯାଇଛି। ସେହିପରି ମୋଟ ୧୪ ଜଣ ନେତା ହୋଇଛନ୍ତି ରାଜ୍ୟସ୍ତରୀୟ ମୁଖପାତ୍ର। ସନ୍ତୃପ୍ତ ମିଶ୍ର ଓ କଳିକେଶ ସିଂଦେଓଙ୍କ ସମେତ ୬ ନେତାଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। କିନ୍ତୁ ଜିଲ୍ଲାସ୍ତରୀୟ ପଦ ପଦବୀ ଅପରିବର୍ତ୍ତିତ ରହିଥିବା ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..