Report Card Odisha

| Daily Odia News

ରଥ ଟଣା ବେଳେ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ…..

ରିପୋର୍ଟ କାର୍ଡ / ପୁରୀ

ଶ୍ରୀକ୍ଷେତ୍ରରେ ରଥ ଟଣା ବେଳେ ଅଘଟଣ ଘଟିଛି। ତାଳଧ୍ୱଜ ରଥ ଟଣା ବେଳେ ଅଣନିଶ୍ୱାସୀ ହୋଇ ଜଣେ ଶ୍ରଦ୍ଧାଳୁ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ପୁରୀ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତି ଜଣକ ଅଣ ଓଡ଼ିଆ ବୋଲି ଜଣାପଡ଼ୁଛି। ହେଲେ ତାଙ୍କର ପରିଚୟ ଜଣାପଡ଼ି ନାହିଁ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ମୃତ ବ୍ୟକ୍ତି ଜଣକ ରଥ କର୍ଡନ ପାର୍ଶ୍ୱରେ ପଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାରକାରୀ ଦଳ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କର ପରିଚୟ ଜଣାପଡ଼ିନି। ଏହାକୁ ଦଳାଚକଟା ଜନିତ ମୃତ୍ୟୁ ବୋଲି କୁହାଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Breaking News