Report Card Odisha

| Daily Odia News

ଆସ୍ଥା ଭୋଟ୍ ଜିତିଲେ ହେମନ୍ତ ସୋରେନ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଝାଡ଼ଖଣ୍ଡ ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ହେମନ୍ତ ସୋରେନ। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସୋରେନ ୪୫ ଜଣ ସଦସ୍ୟଙ୍କ ସମର୍ଥନ ସହ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ଜାମିନରୁ ଆସିବା ପରେ ସରକାର ଗଢ଼ିବାକୁ ପ୍ରସ୍ତାବ ଦେବା ସହ ଜୁଲାଇ ୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସୋରେନ। ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ହେମନ୍ତ ସୋରେନଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ନେତୃତ୍ୱରେ ଶାସକ ଦଳ ପାଖରେ ୪୫ ଜଣ ବିଧାୟକ ଅଛନ୍ତି, ଯେଉଁଥିରେ ଜେଏମଏମର ୨୭ ଜଣ, କଂଗ୍ରେସର ୧୭ ଏବଂ ରାଷ୍ଟ୍ରୀୟ ଜନତା ଦଳ (RJD)ର ଜଣେ ବିଧାୟକ ଅଛନ୍ତି। ସେପଟେ ବିଜେପି ନେତୃତ୍ୱାଧୀନ ବିରୋଧୀ ଦଳ ପାଖରେ ୩୦ ଜଣ ସଦସ୍ୟ ଅଛନ୍ତି। କିଛି ସଦସ୍ୟ ଲୋକସଭାକୁ ନିର୍ବାଚିତ ହେବା ପରେ ବର୍ତ୍ତମାନ ଆସନ ସଂଖ୍ୟା ୭୬କୁ ହ୍ରାସ ପାଇଛି। ଏଥିରୁ ସର୍ବାଧିକ ସମର୍ଥନ ସହ ହେମନ୍ତ ସୋରେନ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Breaking News