ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତ କରିବା ପୂର୍ବକ ରିଲିଫ୍ ଶିବିରରେ ଥିବା ହିଂସା ପୀଡିତଙ୍କୁ ଭେଟିଛନ୍ତି। ରାହୁଲ ମଣିପୁରର ଜିରିବାମ ଓ ଚୁରାଚାନ୍ଦପୁରର ରିଲିଫ ଶିବିରରେ ଥିବା ହିଂସା ପୀଡିତଙ୍କୁ ଭେଟି ସେମାନଙ୍କ ସହ କଥା ହୋଇଛନ୍ତି। ବିରୋଧୀ ଦଳ ନେତା ହେବା ପରେ ରାହୁଲଙ୍କର ଏହା ପ୍ରଥମ ମଣିପୁର ଗସ୍ତ। ମଣିପୁର ଯିବା ପୂର୍ବର ରାହୁଲ ଗାନ୍ଧୀ ଆସାମର ବନ୍ୟା ପୀଡିତଙ୍କୁ ଭେଟିଥିଲେ। ପ୍ରବଳ ବର୍ଷା ଯୋଗୁଁ ଆସାମରେ କିଛି ଦିନ ହେଲା ବନ୍ୟା ପରିସ୍ଥିତି ଲାଗି ରହିଛି। ବନ୍ୟା ଯୋଗୁଁ ରାଜ୍ୟର ପ୍ରାୟ ୨୩ ଲକ୍ଷ ପ୍ରଭାବିତ ହୋଇଥିବାବେଳେ ୭୮ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗତବର୍ଷ ମେ ୩ ତାରିଖରୁ ମଣିପୁରରେ ଜାତିଆଣ ହିଂସା ଲାଗି ରହିଥିବାବେଳେ ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ରାହୁଲ କୁମ୍ଭୀରଗ୍ରାମ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ଆସାମ ବନ୍ୟା ପୀଡିତଙ୍କୁ ଭେଟିବାକୁ ଯାଇଥିଲେ। ବିମାନବନ୍ଦରରେ ରାହୁଲଙ୍କୁ ଆସାମ ପ୍ରଦେଶ କଂଗ୍ରେସ ସଭାପତି ଭୁପେନ ବୋରା ଓ ଅନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା ସ୍ବାଗତ କରିଥିଲେ। ପରେ ମଣିପୁର ରାଜ୍ୟ କଂଗ୍ରେସ ସଭାପତି କେଶମ ମେଘାଚନ୍ଦ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ଓ ଇବୋବି ସିଂହ ସହିତ ରାହୁଲ ମଣିପୁର ରିଲିଫ୍ ଶିବିରକୁ ପରିଦର୍ଶନରେ ଯାଇଥିଲେ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..