ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ବାହାଘରରେ ଦେଶ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ବାହାଘର ପାଇଁ ଅମ୍ବାନୀ ପରିବାର ୩ରୁ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି। ଶନିବାର ଅନୁଷ୍ଠିତ ଶୁଭ ଆଶୀର୍ବାଦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେଇଥିଲେ। ହେଲେ ଏବେ ଆସିଥିବା ଖବର ଆହୁରି ଚର୍ଚ୍ଚା ସୃଷ୍ଟି କରିଛି। କାରଣ ବାହାଘରରେ ଯୋଗ ଦେଇଥିବା ସମସ୍ତ ସ୍ୱତନ୍ତ୍ର ଅତିଥିଙ୍କୁ ଅନନ୍ତ ଅମ୍ବାନୀ ଦାମୀ ଘଣ୍ଟା ଗିଫ୍ଟ କରିଛନ୍ତି। ସେ ଦେଇଥିବା ପ୍ରତଟି ଘଣ୍ଟାର ଦାମ ୧.୫ କୋଟି ଟଙ୍କା। ସ୍ୱତନ୍ତ୍ର ଭାବେ ଉକ୍ତ ଘଣ୍ଟା ଗୁଡ଼ିକୁ ଅମ୍ବାନୀ ପରିବାର ନିର୍ଦ୍ଦେଶରେ ତିଆରି କରାଯାଇଛି। ବ୍ରାଣ୍ଡେଡ କମ୍ପାନୀ Audemars Piguetର ସୀମିତ ସଂସ୍କରଣର ଘଣ୍ଟାକୁ ଅମ୍ବାନୀ ପରିବାର ପକ୍ଷରୁ ଅନନ୍ତ-ରାଧିକାଙ୍କ ବାହାଘରକୁ ସ୍ମରଣୀୟ କରିବା ପାଇଁ ଅତିଥିମାନଙ୍କୁ ଦିଆଯାଇଛି। ଏହି ଘଣ୍ଟାକୁ ଶାହରୁଖ ଖାନ, ମୀଜାନ ଓ ଅନ୍ୟ ବର ପକ୍ଷରୁ ଲୋକମାନେ ପିନ୍ଧିଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏମାନଙ୍କ ବ୍ୟତୀତ ରଣବୀର ସିଂହ, ଶିଖର ପହରିୟା ଓ ବୀର ପହରିୟା ମଧ୍ୟ ଏହି ଘଣ୍ଟାକୁ ପିନ୍ଧିଥିଲେ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..