ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଏନ୍କାଉଣ୍ଟ୍ରରେ ଜଣେ ସେନା ଅଧିକାରୀ ଓ ୩ ଜଣ ଯବାନ ସହିଦ ହୋଇଛନ୍ତି। ସୋମବାର ବିଳମ୍ୱିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଆତଙ୍କୀଙ୍କ ଗୁଳିରେ ୪ ଯବାନ ସହିଦ। ଏଏନଆଇର ରିପୋର୍ଟ ଅନୁସାରେ ରାଷ୍ଟ୍ରୀୟ ରାଇଫଲ ଓ ଜମ୍ମୁ-କାଶ୍ମୀର ପୋଲିସର ମିଳିତ ସର୍ଚ୍ଚ ଅପରେସନ୍ ସମୟରେ ଏହି ଗୁଳିବିନିମୟ ହୋଇଥିଲା। ଏଥିରେ ସେନାର ଜଣେ କ୍ୟାପ୍ଟେନଙ୍କ ସମେତ ୪ ଜଣ ସହିତ। ଏବେ ବି ଜାରି ରହିଛି ସେନାର ସର୍ଚ୍ଚ ଅପରେସନ୍। ସରକାରୀ ସୂତ୍ରରୁ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କୁହାଯାଇଛି ଯେ ଏହି ଆକ୍ରମଣକୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଇ-ମହମ୍ମଦ (ଜେଏମ)ର ‘କାଶ୍ମୀର ଟାଇଗର୍ସ’ କରିଥିବା ସନ୍ଦେହ କରାଯାଉଛି। ସୋମବାର ସନ୍ଧ୍ୟାରେ ଜମ୍ମୁ-କଶ୍ମୀର ପୋଲିସର ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସ୍ପେସାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ର ସୈନ୍ୟମାନେ ଡୋଡା ସହରଠାରୁ ୫୫ କିଲୋମିଟର ଦୂରରେ ଥିବା ଦେସା ଜଙ୍ଗଲ ବେଲ୍ଟର ଧାରି ଗୋଟେ ଉରବାଗୀରେ ମିଳିତ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..