Report Card Odisha

| Daily Odia News

ବ୍ଲାକ୍ ରୋଜ ବୁଡ଼ି ମାମଲା: ତୁରନ୍ତ ସିବିଆଇ ତଦନ୍ତ ପାଇଁ ଅନୁମତି ଦିଅନ୍ତୁ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

୨୦୦୯ ସେପ୍ଟେମ୍ବର ୯ ରେ ପାରାଦୀପ ବନ୍ଦରର ବୁଡ଼ିଯାଇଥିଲା ବ୍ଲାକ ରୋଜ୍ ଜାହାଜ। ଓଡ଼ିଶାରେ ବେଆଇନ ଲୁହାପଥର ଚୋରା ଚାଲାଣ ବଢ଼ିଥିବା ବେଳେ ଏହି ଜାହାଜରେ ଓଡ଼ିଶାରୁ ଚୀନ ଯାଉଥିଲା ଚୋରା ଲୁହାପଥର। ଜାହାଜରେ ବେଆଇନ କାଗଜପତ୍ରରେ ଯାଉଥିଲା ଚୋରା ଲୁହାପଥର। ପୂର୍ବରୁ ହାଇକୋର୍ଟରେ ସିବିଆଇ ତଦନ୍ତ ପାଇଁ ଦୁଇଟି ଆବେଦନର ଶୁଣାଣି ଚାଲିଥିବାବେଳେ ରାଜ୍ୟ ସରକାର ସହଯୋଗ ନ କରିବାରୁ ତଦନ୍ତ ଆଗେଇ ପାରିଲା ନାହିଁ ବୋଲି ସିବିଆଇ ସୂଚନା ଅଧିକାର ଆଇନରେ ଦର୍ଶାଇଥିଲା। ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ପୁଣି ଥରେ ୨୦୨୩ ଅଗଷ୍ଟ ୩୦ରେ ହାଇକୋର୍ଟରେ ମାମଲା କଲା ପରେ ଗତ ଏପ୍ରିଲ ୧୫ ତାରିଖର ଶୁଣାଣିରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ, ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ସିବିଆଇ ଏହାର ତଦନ୍ତ ପାଇଁ ସମ୍ମତି ଜଣାଇଛନ୍ତି। ସେତେବେଳେ ରାଜ୍ୟରେ ବିଜେଡି ସରକାର ଥିବାରୁ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇନଥିବା ଅଭିଯୋଗ ହୋଇଛି। ଏବେ ବିଜେପି ସରକାର ତୁରନ୍ତ ସିବିଆଇ ତଦନ୍ତ ପାଇଁ ଅନୁମତି ଦିଅନ୍ତୁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ।

Breaking News