ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରସାୟନ ବିଜ୍ଞାନର ଗୋଟିଏ ବିବାଦୀୟ ପ୍ରଶ୍ନର ୨ଟି ଉତ୍ତରର ସମୀକ୍ଷା କରିବା ପାଇଁ ଆଇଆଇଟି ଦିଲ୍ଲୀକୁ ଗୋଟିଏ ପ୍ୟାନେଲ ଗଠନ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ। ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ୩ ଜଣିଆ ବିଶେଷଜ୍ଞ କମିଟି ଗଠନ କରିବେ ବୋଲି ସର୍ବୋର୍ଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ନିଟ-ୟୁଜି ପରୀକ୍ଷାର ରସାୟନ ବିଜ୍ଞାନରେ ଏମିତି ଏକ ପ୍ରଶ୍ନ ପଡ଼ିଥିଲା, ଯାହାର ୪ଟି ବିକଳ୍ପ ମଧ୍ୟରୁ ୨ଟି ଠିକ ଉତ୍ତର ଥିଲା। ତା’ ମଧ୍ୟରୁ ଯଦି କେହି ଗୋଟିଏ ଉତ୍ତରକୁ ଚୟନ କରିଥିଲେ, ତାଙ୍କୁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ମାର୍କ ଦେଇଥିଲା। ଏହାକୁ କିଛି ଶିକ୍ଷାର୍ଥୀ ଚ୍ୟାଲେଞ୍ଜ କରିଥିଲେ। ଉକ୍ତ ପ୍ରଶ୍ନର ଉତ୍ତରକୁ ଗ୍ରହଣ କରାଯିବ କି ପ୍ରତ୍ୟାଖ୍ୟାନ କରାଯିବ, ସେହି ଆଧାରରରେ ଚୂଡ଼ାନ୍ତ ମେରିଟ ଲିଷ୍ଟ ଜାରି କରିବାକୁ ଆବେଦନ କରାଯାଇଛି। ଆଜି ଶୁଣାଣି ବେଳେ ନିଟ-ୟୁଜି ଆଶାୟୀଙ୍କ ଜଣେ ଓକିଲ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଏନଟିଏ ପେପର ଲିକଙ୍କୁ ସ୍ୱୀକାର କରିଛି ଓ ଏହାର ପ୍ରସାର ହ୍ୱାଟସଆପ ଦ୍ୱାରା କରାଯାଇଛି।






More Stories
ରାଜଧାନୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ…..
ଦେଶ ହେବ ନିଶାମୁକ୍ତ…..
ରୁପା ଆମଦାନୀ ଉପରେ କଟକଣା……