ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟମାନେ କୌଣସି ଭିସା ବିନା ବିଶ୍ୱର ୫୮ଟି ଦେଶରେ ପ୍ରବେଶ କରିପାରିବେ। ଲଣ୍ଡନରେ ମୁଖ୍ୟାଳୟ ଥିବା ହେନଲେ ପାସପୋର୍ଟ ଇଣ୍ଡେକ୍ସର ୨୦୨୪ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଭାରତର ପାସପୋର୍ଟ ଏହି ତାଲିକାରେ ୮୨ ତମ ସ୍ଥାନରେ ରହିଛି । ଭାରତୀୟ ପାସପୋର୍ଟରେ ଭାରତୀୟ ଏବେ ଇଣ୍ଡୋନେସିଆ, ମାଳଦ୍ୱୀପ ଏବଂ ଥାଇଲ୍ୟାଣ୍ଡ ପରି ଦେଶଗୁଡିକୁ ଭିସା ବିନା ଯାଇ ପାରିବେ । ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନେକ ପାରାମିଟରରେ ପାସପୋର୍ଟ ମାନ୍ୟତା ପାଇଛି । ୨୦୨୪ରିପୋର୍ଟରେ ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ସହିତ ସିଙ୍ଗାପୁର ୧ ନମ୍ବର ସ୍ଥାନରେ ରହିଛି। ସିଙ୍ଗାପୁର ନାଗରିକମାନେ ୧୯୫ଟି ଦେଶରେ ବିନା ଭିସାରେ ପ୍ରବେଶ କରିବାର ସୁବିଧା ରହିଛି। ଏହି ଆଧାରରେ ସିଙ୍ଗାପୁର ଶୀର୍ଷରେ ରହିଛି। ଦ୍ୱିତୀୟ ସ୍ଥାନରେ ୫ ଟି ଦେଶର ନାମ ରହିଛି। ସେମାନଙ୍କ ମଧ୍ୟରେ ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ସ୍ପେନ୍ ଏବଂ ଜାପାନ ରହିଛନ୍ତି। ଏହି ୫ଟି ଦେଶର ପାସପୋର୍ଟ ଦ୍ବାରା ବିନା ଭିସାରେ ୧୯୨ଟି ଦେଶରେ ପ୍ରବେଶ କରିହେବ।
୧ ଅଙ୍ଗୋଲା ୨ ବାରବାଡୋସ୍
୩ ଭୁଟାନ୍ ୪ ମରିଟାନିଆ
୫ ବଲିଭିଆ ୬ ମରିସସ୍
୭ ବ୍ରିଟିଶ ଭର୍ଜିନ ଦ୍ୱୀପପୁଞ୍ଜ ୮ ମାଇକ୍ରୋନେସିଆ
୯ ବୁରୁଣ୍ଡ୍ରି ୧୦ ମୋଣ୍ଟସେରାଟ
୧୧ କାମ୍ବୋଡିଆ ୧୨ ମୋଜାମ୍ବିକ୍
୧୩ କେପ ଭାର୍ଡେ ଦ୍ୱୀପପୁଞ୍ଜ ୧୪ ମିଆଁମାର
୧୫ କୋମୋରୋ ଦ୍ୱୀପପୁଞ୍ଜ ୧୬ ନେପାଳ
୧୭ କୁକ୍ ଦ୍ୱୀପପୁଞ୍ଜ ୧୮ ନିୟୁ
୧୯ ଜିବୁଟି ୨୦ ପାଲାଉ ଦ୍ୱୀପପୁଞ୍ଜ
୨୧ ଡୋମିନିକା ୨୨ କତାର
୨୩ ଇଥିଓପିଆ ୨୪ ରାୱାଣ୍ଡା
୨୫ ଫିଜି ୨୬ ସାମୋଆ
୨୭ ଗ୍ରେନାଡା ୨୮ ସେନେଗାଲ୍
୨୯ ଗିନି-ବିସାଉ ୩୦ ସେଚେଲସ୍
୩୧ ହାଇତି ୩୨ ସିଆରପିଏଫ୍
୩୩ ଇଣ୍ଡୋନେସିଆ ୩୪ ସୋମାଲିଆ
୩୫ ଇରାନ ୩୬ ଶ୍ରୀଲଙ୍କା
୩୭ ଜାମାଇକା ୩୮ ସେଣ୍ଟ କିଟ୍ସ ଏବଂ ନେଭିସ୍
୩୯ ଜୋର୍ଡାନ ୪୦ ସେଣ୍ଟ ଲୁସିଆ
୪୧ କାଜାଖସ୍ତାନ ୪୨ ଟାନଜାନିଆ
୪୩ କେନିଆ ୪୪ ଥାଇଲ୍ୟାଣ୍ଡ
୪୫ କିରିବାଟି ୪୬ଟିମୋର-ଲେସଟେ
୪୭ ଲାଓସ୍ ୪୮ ତ୍ରିନିଦାଦ ଏବଂ ଟୋବାଗୋ
୪୯ ମାକାଉ ୫୦ ଟ୍ୟୁନିସିଆ
୫୧ ମାଡାଗାସ୍କର ୫୨ ତୁଭାଲୁ
୫୩ ମାଲେସିଆ ୫୪ ଭାନୁଆଟୁ
୫୫ ମାଲଦ୍ୱୀପ ୫୬ ଜିମ୍ବାୱେ
୫୭ ମାର୍ଶଲ ଦ୍ୱୀପପୁଞ୍ଜ ୫୮ ସେଣ୍ଟ ଭିନ୍ସେଣ୍ଟ ଏବଂ ଗ୍ରେନାଡାଇନ୍ସ
More Stories
ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ…..
ବିସ୍ଫୋରଣ ହେଲା ଆଇସଲ୍ୟାଣ୍ଡ ଆଗ୍ନେୟଗିରି….
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..