ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିଜର ୨୦ ବର୍ଷୀୟ ପ୍ରେମିକାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ଜଣେ ଯୁବକ। ଛୁରୀ ଭୁଷି ସେ ପ୍ରେମିକାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ନଭି ମୁମ୍ବାଇର ଗୋଟିଏ ରେଳ ଷ୍ଟେସନ ନିକଟରେ ଥିବା ବୁଦା ମୂଳରେ ଫିଙ୍ଗି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ନଭି ମୁମ୍ବାଇ ଡିସିପି ବିବେକ ପାନସାରେ କହିଛନ୍ତି ଯେ ପୋଲିସ କୁ ରାତି ପ୍ରାୟ ୨ଟା ବେଳେ ଜଣେ ଯୁବତୀଙ୍କ ମୃତଦେହ ଉରାନ ରେଳ ଷ୍ଟେସନ ନିକଟସ୍ଥ ବୁଦା ମୂଳରେ ପଡ଼ିଥିବା ଖବର ମିଳିଥିଲା। ମୃତଦେହରେ ଏକାଧିକ ଥର ଛୁରୀ ଭୁଷିବାର ଦାଗ ରହିଛି। ତେଣୁ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ୁଛି। ମୃତ ଯୁବତୀ ଜଣଙ୍କ ହେଲେ ୨୦ ବର୍ଷୀୟ ଯଶଶ୍ରୀ ସିନ୍ଦେ। ପରିବାର ଲୋକ ତାଙ୍କ ନିଖୋଜ ଅଭିଯୋଗ ପୋଲିସ ରେ ଦାଖଲ କରିଥିଲେ। ଯଶଶ୍ରୀଙ୍କ ଘର ଉରାନ ଅଞ୍ଚଳରେ। ସେ ଘର ଠାରୁ ୨୫ କିମି ଦୂର ବେଲାପୁରରେ କାମ କରୁଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରେମ ବ୍ୟାପାରରୁ ଏପରି ହତ୍ୟାକାଣ୍ଡ ଘଟିଛି। ଯୁବତୀ ଜଣଙ୍କ ଭଲ ପାଉଥିବା ଯୁବକ ଜଣଙ୍କ ମଧ୍ୟ ଫେରାର ଅଛି। ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ତେଣୁ ପ୍ରେମିକ ଜଣଙ୍କ ହିଁ ଏପରି ହତ୍ୟାକାଣ୍ଡ ଘଟାଇଥିବା ବିବେକ ଆଶଙ୍କା କରିଛନ୍ତି।





More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……