ଓଡିଶା ପାଇଁ ଗର୍ବ ଏବଂ ଗୌରବ ନେଇଆସିଛନ୍ତି ଓଡିଆ ଝିଅ ପ୍ରିତିକା ଜେନା ଏବଂ ତମନ୍ନା ଦାଶ । ଭାଇରସ ଫିଲ୍ମସ ଦ୍ୱାରା ଦିଲ୍ଲୀର ପାନ ଗ୍ରିନ ରିସର୍ଟରେ ଫେବୃୟାରୀ ୧୨ ରୁ ୧୪ ମଧ୍ୟରେ ତିନିଦିନ ଧରି ଆୟୋଜିତ ହୋଇଥିଲା ମିସ ଟିନ ଇଣ୍ଡିଆ ୟୁନିଭର୍ସ ୨୦୨୧ । ଏହି ପ୍ରତିଯୋଗିତାରେ ଓଡିଆ ଝିଅ ପ୍ରିତିକା ଜେନା ପ୍ରଥମ ହୋଇଥିବା ବେଳେ ତମନ୍ନା ଦାଶ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ଦୁଇ ଓଡିଆ ସୁନ୍ଦରୀ ଭୁବନେଶ୍ୱରର ଅଟନ୍ତି । ପ୍ରିତିକା ଭୁବନେଶ୍ୱର ରେ ୟୁନିଟ ୮ ଡିଏଭି ସ୍କୁଲରେ ଷ୍ଟାଣ୍ଡାର୍ଡ ୯ ରେ ପଢୁଥିବା ବେଳେ ତମନ୍ନା ଭୁବନେଶ୍ୱର ସ୍ଥିତ ବକ୍ସି ଜଗବନ୍ଧୁ ଇଂଲିସ ମିଡିୟମ ସ୍କୁଲରେ ଷ୍ଟଣ୍ଡାର୍ଡ ୮ ରେ ପଢୁଛନ୍ତି । ସର୍ବଭାରତୀୟ ସ୍ତରରୁ ମୋଟ ୭୫ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଓଡିଆ ଝିଅ ପ୍ରିତିକା ଜେନା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ୱିତୀୟ ସ୍ଥାନ ହାସଲ କରିପାରିଛନ୍ତି ତମନ୍ନା ଦାଶ । ତେବେ ପ୍ରିତିକା ଏବଂ ତମନ୍ନା ୨୦୧୯ ରେ ମିସ ଟିନ ଇଣ୍ଡିଆ ୟୁନିଭର୍ସର ୱିନର ଲାବଣ୍ୟା ଦାସଙ୍କ ତତ୍ୱାବଧାନତାରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।
More Stories
ପତ୍ନୀଙ୍କଠାରୁ ଅଲଗା ହେଲେ ଏ.ଆର. ରେହମାନ…..
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର….
ଏକାଠି ଫିଲ୍ମ କରିବେ ଅଭିଷେକ-ଐଶ୍ୱର୍ଯ୍ୟା…..