ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ଚିଠିରେ ସୋନିଆ ତୈଳ ଦର ହ୍ରାସ ପୂର୍ବକ ନିଜର ରାଜଧର୍ମ ପାଳନ କରିବାକୁ ମୋଦୀଙ୍କୁ ନିବେଦନ କରିଛନ୍ତି । ତୈଳ ଦର ହ୍ରାସ ପାଇଁ ସରକାର ଏହା ଉପରେ ଆଦାୟ କରୁଥିବା ଟିକସକୁ ହ୍ରାସ କରିବାକୁ କହିଛନ୍ତି । ସୋନିଆ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଦେଶବାସୀ କରୋନା ପାଇଁ ଦୁଃଖ ଓ ଦୁର୍ଦିନରେ କଳାତିପାତ କରୁଥିବାବେଳେ ସରକାର ତୈଳ ଦର ବୃଦ୍ଧି କରି ଏହାର ଫାଇଦା ନେଉଛନ୍ତି । ସେ ଲେଖିଛନ୍ତି ‘ ଗୋଟିଏ ପଟେ ଦେଶରେ ନିଯୁକ୍ତି ହ୍ରାସ ପାଇ ଚାଲିଥିବା ବେଳେ ମଧ୍ରବିତ, ଚାକିରିଆ, କୃଷକମାନେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଓ ତୈଳ ଦର ବୃଦ୍ଧି ଯୋଗୁଁ ଏହି ସଂଘର୍ଷ କରୁଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଓ ତୈଳ ଦର ବୃଦ୍ଧି ଯୋଗୁଁ ଏହି ସଂଘର୍ଷ ଏବେ କଷ୍ଟକର ହୋଇପଡିଛି । ଲୋକଙ୍କ ଏହି ଦୁଃଖ ସମୟରେ ସରକାର ତୈଳ ଉପରେ ଟିକସ ବୃଦ୍ଧି କରି ଲାଭ ଉଙ୍ଖାଇବାରେ ଲାଗିଛନ୍ତି ।’ ଦେଶର ଅର୍ଥନୀତିକୁ ପରିଚାଳନା କରିବାରେ ବିଫଳ ସରକାର ତୈଳ ଉପରକୁ ଅହେତୁକ ଟିକସ ଆଦାୟ କରୁଛନ୍ତି । ଅଶୋଧିତ ତୈଳ ଦର ଗତ ୧୮ ବର୍ଷ ମଧ୍ୟରେ ସର୍ବକାଳୀନ କମ୍ ରହିଥିବାବେଳେ ସରକାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି । ଦେଶର କେତେକ ଅଂଚଳରେ ପେଟ୍ରୋଲ ଦର ଲିଟର ପ୍ରତି ୧୦୦ ଟଙ୍କା ଛୁଇଁଥିବା ବେଳେ ରନ୍ଧନ ଗ୍ୟାସ ଦର ସିଲିଣ୍ଡର ପ୍ରତି ୮୦୦ ଟଙ୍କା ହେଲାଣି ।
More Stories
ପଦାର୍ଥ ବିଜ୍ଞାନରେ ନୋବେଲ୍ ପାଇବେ ଜନ୍ ଜେ ହପଫିଲଡ ଓ ଜେଫ୍ରି ଇ. ହିଣ୍ଟନ…..
ବିଧାନସଭା ନିର୍ବାଚନରେ ନାୟବ ସିଂହ ସୈନିଙ୍କ ବାଜିମାତ…..
ଭିନେଶ ଯେଉଁଠି ବି ପାଦ ରଖନ୍ତି,ତାହା ନଷ୍ଟ ହୋଇଯାଏ…..