ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ଅହେତୁକ ଦରଦାମ୍ ବୃଦ୍ଧି ନେଇ ବିରୋଧୀମାନେ ଗୃହରେ ମୁଲତବି ପ୍ରସ୍ତାବ ଆଣିଥିଲେ, ଯାହାକୁ ବାଚସ୍ପତି ସୁରମା ପାଢ଼ୀ ଅଗ୍ରାହ୍ୟ କରିଛନ୍ତି। ଏଥିରେ କୌଣସି ସତ୍ୟତା ନାହିଁ ବୋଲି ବାଚସ୍ପତି କହିଛନ୍ତି। ମୁଲତବି ପ୍ରସ୍ତାବ ସତ୍ୟ ଉପରେ ଆଧାରିତ ନୁହେଁ, ଅସତ୍ୟ ଉପରେ ଆଧାରିତ କହି ବିଜେଡିର ମୁଲବୀ ସେ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି। ସେପଟେ ଯୋଗାଣ ମନ୍ତ୍ରୀ ପୁରୁଣା କଥା ଉଠାଇ ବିଜେଡିକୁ ପାଲଟା ଆକ୍ରମଣ କରିଛନ୍ତି। ମନ୍ତ୍ରୀ କହିଛନ୍ତି କୌଣସି ଦର ବର୍ତ୍ତମାନ ବଢ଼ିନାହିଁ। ମୁଗ ଡାଲି ୧୦୫ଥିଲା, ଏବେ ବି ସେହି ଦର ଅଛି। ସୋରିଷ ତେଲ ୧୫୪ ଥିଲା ଏବେ ୧୫୮ ହୋଇଛି। ପାମୋଲିନ୍ ୧୧୦ ଥିଲା, ୧୧୦ ଅଛି। ପିଆଜ ୪୦ ଓ ଆଳୁ ୩୦ ଟଙ୍କା ଭିତରେ ଅଛି । ବିଜେଡ଼ି ଶାସନ ସମୟରେ କୌଣସି ଭିତ୍ତିଭୂମି କଲେ ନାହିଁ। ଚାଷୀମାନଙ୍କୁ ପ୍ରୋତ୍ସାହିତ କଲେ ନାହିଁ। ଯେଉଁଥିପାଇଁ, ଆଜି ଦର ଦାମ ବୃଦ୍ଧି ହୋଇଛି। ଆଳୁ ମିସନ ନାଁରେ ଡ୍ରାମା ଚଳାଇଲେ। ୨୭୦ କୋଟି ଟଙ୍କା ଖାଇଗଲେ, ପିଆଜ ମିସନ ଫେଲ ହେଲା। ତାଙ୍କ ଶାସନ ବେଳେ ସବୁ ମିସନ ଫେଲ । ଶୀତଳ ଭଣ୍ଡାର ୨୦ରୁ ୩୦ଟି କରିଥିଲେ, ସେଥିରୁ ଅଧା ବନ୍ଦ ହୋଇଗଲା। ମୁଲତବି ପ୍ରସ୍ତାବ ଉପରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ଏଥିରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ଦଳ ଗୃହ ତ୍ୟାଗ କରିଛନ୍ତି।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..