ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଆ କ୍ୟାଡର ବରିଷ୍ଠ ପୋଲିସ ପ୍ରଶାସନିକ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ ଓଡ଼ିଶାର ପରବର୍ତ୍ତି ପୋଲିସ ଡିଜିପି ହୋଇପାରନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ୱାଇବି ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ଚର୍ଚ୍ଚା ଜୋରଧରିଛି | ଓଡ଼ିଶାର ପରବର୍ତ୍ତି ପୋଲିସ ମହାନିର୍ଦେଶକ(ଡିଜିପି) ଭାବେ ଯୋଗେଶ ବାହାଦୂର ଖୁରାନିଆଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇପାରନ୍ତି। ଏ ନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟର ପ୍ରସ୍ତାବକୁ ଅନୁମୋଦନ କରିଥିବା ସୂଚନା ମିଳିଛି। ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ୱାଇବି ଖୁରାନିଆ ପୂର୍ବରୁ ପୋଲିସ କମିଶନର ଥିଲେ । ଏବେ ବିଏସଏଫରେ ସ୍ପେଶାଲ ଡିଜି ଅଛନ୍ତି ୱାଇବି ଖୁରାନିଆ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……