ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଣ୍ଡିଗଡ଼ କୋର୍ଟ କମ୍ପ୍ଲେକ୍ସରେ ଜଣେ ପୂର୍ବତନ ପୋଲିସ ଅଧିକାରୀ ନିଜ ଜମାତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ପୋଲିସର ସୂଚନା ଅନୁସାରେ ବିବାହ ବିବାଦକୁ ନେଇ ଦୁଇ ପକ୍ଷ ଫ୍ୟାମିଲି କୋର୍ଟକୁ ଆସିଥିଲେ। ଏହି ସମୟରେ ପଞ୍ଜାବ ପୋଲିସରପୂର୍ବତନ ଏଆଇଜି ମାଲବିନ୍ଦର ସିଂହ ସିଦ୍ଧୁ ତାଙ୍କ ଜ୍ୱାଇଁଙ୍କ ଉପରକୁ ଗୁଳି ଚଳାଇଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା, ମୃତ ଜ୍ୱାଇଁ ଜଣେ ଭାରତୀୟ ରାଜସ୍ବ ସେବା (ଆଇଆରଏସ) ଅଧିକାରୀ ଥିଲେ ଓ ସେ କୃଷି ବିଭାଗରେ କାର୍ଯ୍ୟରତ ଥିଲେ। ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ବେଳେ ଅଭିଯୁକ୍ତ ବାଥରୁମ ଯିବାକୁ ଜିଦ୍ ଧରିଥିଲେ। ଏହା ଉପରେ ତାଙ୍କ ଜ୍ୱାଇଁ କହିଥିଲେ ଯେ ମୁଁ ବାଟ ଦେଖାଉଛି। ଦୁହେଁ ରୁମରୁ ବାହାରକୁ ଚାଲିଗଲେ। ଏହି ସମୟରେ ଅଭିଯୁକ୍ତ ନିଜ ବନ୍ଧୁକରୁ ୫ଟି ଗୁଳି ଚଳାଇଥିଲା। ସେଥିମଧ୍ୟରୁ ଦୁଇଟି ଗୁଳି ଯୁବକଙ୍କୁ ଲାଗିଥିଲା। ଏହି ସମୟରେ ଭିତରେ ଥିବା କୋଠରୀର କବାଟରେ ଏକ ଗୁଳି ବାଜିଥିଲା। ଦୁଇଟି ଗୁଳି ବାଜିନଥିଲା। ଗୁଳିଶବ୍ଦ ଶୁଣିବା ମାତ୍ରେ କୋର୍ଟରେ ହଇଚଇ ସୃଷ୍ଟି ହୋଇଥିଲା। ଓକିଲମାନେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଏକ କୋଠରୀରେ ଧରି ପୁଲିସକୁ ଖବର ଦେଇଥିଲେ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..