ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ପୋଲିସ ଡିଜି (ଡିଜିପି) ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଦୌଡ଼ିରେ ରହିଛନ୍ତି ୩ ବରିଷ୍ଠ ପୋଲିସ ଅଧିକାରୀ। ଏହି ଅଧିକାରୀମାନେ ହେଲେ ଏ.କେ. ରଏ, ଏସ.ଏମ. ନରଭଣେ ଏବଂ ଓ୍ବାଇ. ବି. ଖୁରାନିଆ। ଏ.କେ. ରଏ ହେଉଛନ୍ତି ୧୯୮୮ ବ୍ୟାଚର ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ। ସେହିପରି ନରଭଣେ ହେଉଛନ୍ତି ୧୯୮୯ ବ୍ୟାଚର ଆଇପିଏସ ଅଧିକାରୀ ଏବଂ ଖୁରାନିଆ ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ। ଏହି ୩ ବରିଷ୍ଠ ଅଧିକାରୀଙ୍କୁ ବାୟୋଡାଟା(ଜୀବନୀ ତଥ୍ୟ) ମାଗିଛି ରାଜ୍ୟ ଗୃହ ବିଭାଗ। ଉଲ୍ଲେଖଯୋଗ୍ୟ, ନିକଟରେ ନିତି ଆୟୋଗ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ କରିଥିଲେ। ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରୁ ଯେଉଁ ଅଧିକାରୀମାନେ ବାହାରକୁ ଡେପୁଟେସନରେ ଯାଇଛନ୍ତି ସେମାନଙ୍କ ସହିତ ସେ ବୈଠକ କରିଛନ୍ତି। ଏହି ବୈଠକରେ ବାହାର ରାଜ୍ୟରେ ନିଯୁକ୍ତ ଓଡ଼ିଆ ଅଧିକାରୀମାନ(ଆଇଏଏସ, ଆଇପିଏସ)ଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଓଡ଼ିଶାର ବିକାଶ ଲାଗି ଓଡ଼ିଆ ଅଧିକାରୀମାନଙ୍କ ଗୁରୁତ୍ଵକୁ ଦୃଷ୍ଟିରେ ରଖି ଟିମ୍ ଓଡ଼ିଶା ଗଠନ କରି କାର୍ଯ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ନିତି ଆୟୋଗ ବୈଠକ ପରେ ଖୁରାନିଆଙ୍କୁ କେନ୍ଦ୍ର ସରକାର ଓଡ଼ିଶାକୁ ପଠାଇଛନ୍ତି।






More Stories
ଆଜିଠୁ କେନ୍ଦ୍ର ବିରୋଧରେ କଂଗ୍ରେସର ରଣହୁଙ୍କାର…..
ସହିଦନଗର ଗଣଦୁଷ୍କର୍ମକୁ ନେଇ ନବୀନଙ୍କ ଉଦବେଗ…..
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଯୁବ କଂଗ୍ରେସ…..