ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ ହସିନା । ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇ ଶେଖ ହସିନା ଶେଷରେ ସେନା ଚାପରେ ଆଜି ଇସ୍ତଫା ଦେଇଥିବା ସୂଚନା ମିଳିଛି | ପରିକି ଶେଖ୍ ହସିନା ମଧ୍ୟ ଦେଶ ଛାଡ଼ି ବିଦେଶ ପଳାଇ ଯାଇଥିବା ଚର୍ଚ୍ଚା ହେଉଛି। ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଦେଶରେ ଚାଲିଥିବା ବ୍ୟାପକ ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହସିନା। ଗତ ମାସ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ପରେ କିଛି ଦିନ ଆନ୍ଦୋଳନରେ ବିରାମ ଲାଗିଥିଲା। ଗତକାଲି ପୁଣି କିଛି ଛାତ୍ର ସଂଗଠନ ଏବଂ ବିରୋଧୀ ଦଳ ଆନ୍ଦୋଳନକୁ ଓହ୍ଲାଇଥିଲେ।






More Stories
ଅଗ୍ନିବୀର ନିଯୁକ୍ତି ପାଇଁ ଆସୁଛି ନୂଆ ନିୟମ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
୨୦ରୁ ସଂସଦର ମୌସୁମୀ ଅଧିବେଶନ…..