ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାପରେ ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଏହା ପ୍ରଥମ ବଡ଼ଧରଣର ଅଦଳବଦଳ। ପୂର୍ବ ନବୀନ ପଟ୍ଟନାୟକ ସରକାରଙ୍କ ଖାସ୍ ଥିବା କିଛି ଓଏଏସ୍ ଅଫିସରଙ୍କୁ ମଧ୍ୟ ଆଜିର ବଦଳିରେ ନୂଆ ଦାୟିତ୍ୱ ମିଳିଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ଗଙ୍ଗାଧର ନାୟକଙ୍କ ଗତ ଫେବୃୟାରୀ ୧୩ତାରିଖରେ ଓଡ଼ିଶା ମାନବାଧିକାର କମିଶନଙ୍କ ସଚିବ ଭାବେ ବଦଳିକୁ ଆଜି ବାତିଲ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଥିଲେ, ଏବେ ମିଳିଲା ନୂଆ ଦାୟିତ୍ୱ
୧-ଲାଲା ମନୋଜ କୁମାର ରାୟ, ଡେପୁଟି ଡିଜି, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ
୨- ଶୁଭ୍ରାଂଶୁ ମିଶ୍ର, ଅତିରିକ୍ତ ସଚିବ, କୃଷି ଓ କୃଷକ କଲ୍ୟାଣ
୩- ରବୀନ୍ଦ୍ର କୁମାର ସେଠୀ, ଜେନେରାଲ ମ୍ୟାନେଜର, ଓଡ଼ିଶା ବନ ଉନ୍ନୟନ ନିଗମ
୪-ମନୋଜ କୁମାର ସ୍ୱାଇଁ, ଯୁଗ୍ମ କମିଶନର, ବିଡିଏ
ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ, ଏବେ ମିଳିଲା ନୂଆ ଦାୟିତ୍ୱ
୫ – ପ୍ରତାପ ଚନ୍ଦ୍ର ହୋତା, ସ୍ୱତନ୍ତ୍ର ସଚିବ, ସଂସଦୀୟ ବ୍ୟାପାର
୬ – ପ୍ରଶାନ୍ତ କିଶୋର ମହାପାତ୍ର, ଅତିରିକ୍ତ ସଚିବ, ଉଚ୍ଚଶିକ୍ଷା ବିଭାଗ
୭ – ଏସକେ ଜମିରୁଦ୍ଦିନ, ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ
୮ – ମାନସ ରଞ୍ଜନ ପାଢ଼ୀ, ଅତିରିକ୍ତ ସଚିବ, ସାଧାରଣ ପ୍ରଶାସନ ବିଭାଗ
୯ – ସୁରଞ୍ଜନ ପ୍ରଧାନ, ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ
୧୦ – ସରୋଜ କୁମାର ରାଉତ, ଅତିରିକ୍ତ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ
୧୧ – ଅରୂପ କୁମାର ସାହୁ, ଅତିରିକ୍ତ ସଚିବ, ପଂଚାୟତିରାଜ ଓ ପାନୀୟ ଜଳ
୧୨ – ପୂର୍ଣ୍ଣଚନ୍ଦ୍ର ଦଳେଇ, ଅତିରିକ୍ତ ସଚିବ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ
୧୩ – ବିଜୟ କୁମାର ସ୍ୱାଇଁ, ଅତିରିକ୍ତ ସଚିବ, କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ
୧୪ -ସୁକାନ୍ତ କୁମାର ପ୍ରଧାନ, ଅତିରିକ୍ତ ସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
୧୫ -କୈଳାସ ଚନ୍ଦ୍ର ଦାସ, ଯୁଗ୍ମ କମିଶନର, ଭୁବନେଶ୍ୱର ମହାନଗର ନିଗମ
୧୬ -ରଶ୍ମୀରଞ୍ଜନ ସାହୁ ମୁଖ୍ୟ, ଜେନେରାଲ ମ୍ୟାନେଜର, ଓସଡମା
୧୭- ଅଞ୍ଜନ କୁମାର ଦାସ, ଯୁଗ୍ମ ସଚିବ, ସାଧାରଣ ପ୍ରଶାସନ ବିଭାଗ
୧୮ -ଅରୁଣ କୁମାର ମଲ୍ଲିକ, ଯୁଗ୍ମ ସଚିବ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ
୧୯ – ଦୀନକୃଷ୍ଣ କର, ଯୁଗ୍ମ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ
ଅନ୍ୟ ବରିଷ୍ଠ ଓଏଏସ୍ଙ୍କୁ ନୂଆ ଦାୟିତ୍ୱ
୨୦ – ପ୍ରତାପ କୁମାର ମିଶ୍ର, ସ୍ୱତନ୍ତ୍ର ସଚିବ, ସାଧାରଣ ଉଦ୍ୟୋଗ ବିଭାଗ
୨୧ – ସୁକାନ୍ତ କୁମାର ବେହେରା, ସଚିବ, ଓଡ଼ିଶା ମାନବାଧିକାର କମିଶନ
୨୨ – କୃତିବାସ ରାଉତ, ଅତିରିକ୍ତ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ
୨୩ -ବିବେକାନନ୍ଦ ସାହୁ, ଅତିରିକ୍ତ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ
୨୪- ବିଥିକା ସ୍ୱାଇଁ, ଅତିରିକ୍ତ କମିଶନର, ଚକବନ୍ଦୀ ଓ ବନ୍ଦୋବସ୍ତ,ବାଲେଶ୍ୱର
୨୫ – ସବ୍ୟସାଚୀ ହୋତା, ଜେନେରାଲ ମ୍ୟାନେଜର, ଓକାକ୍, ଭୁବନେଶ୍ୱର
୨୬ – ଚିନ୍ମୟ କୁମାର ଆଚାର୍ଯ୍ୟ, ଯୁଗ୍ମ ସଚିବ, ସଂସଦୀୟ ବ୍ୟାପାର






More Stories
ପାଣ୍ଡିଆନ ଆମ ନେତା ନୁହନ୍ତି……
ବାଂଲାଦେଶ ହିଂସା ଉସୁକାଉଛି ପାକ୍ ସେନା,ଆଇଏସ୍ଆଇ…..
ଚିଟ୍ଫଣ୍ଡ ଜମାକାରୀ ପାଇବେ ଟଙ୍କା….