ରିପୋର୍ଟ କାର୍ଡ / ଭୁବନେଶ୍ୱର
ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟରୁ ନୋଟିସ୍ ହୋଇଛି। ଆସନ୍ତା ସେପ୍ଟେମ୍ବର ୨୩ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ୨୦୨୪ ନିର୍ବାଚନ ସତ୍ୟପାଠରେ ଅପରାଧିକ ମାମଲା ଲୁଚାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କରିଥିଲେ ପୂର୍ବତନ ବିଧାୟିକା ଦୀପାଳି ଦାସ। ନିର୍ବାଚନ ଫଳାଫଳ ଆସିବା ପରେ ଦୀପାଳି ଅଭିଯୋଗ କରିଥିଲେ । ଖବକମ୍ ଭୋଟ ବ୍ୟବଧାନରେ ଟଙ୍କଧରଙ୍କ ଠାରୁ ହାରିଥିଲେ ଦୀପାଳି। ଏହାପରେ ଇଭିଏମ୍ ଟ୍ୟାମ୍ପରିଙ୍ଗ ନେଇ ଅଭିଯୋଗ ଆଣିବା ସହ ପୁଣି କାଉଣ୍ଟିଙ୍ଗ କରିବାକୁ ଇଲେକସନ କମିଶନଙ୍କୁ ନିବେଦନ କରିଥିଲେ ଦୀପାଳି ଦାସ |






More Stories
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..