ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲ ଟିକେଟ ହାତେଇଛନ୍ତି। ଏହା ଚଳିତ ସିଜିନରେ ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ। ଦେଶର ଅନ୍ୟତମ ଷ୍ଟାର କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ ଏରୁ ନିରାଶଜନକ ଖବର ଦେଇଥିଲେ। ସେ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ଗ୍ରୁପ ପର୍ଯ୍ୟାୟରେ ଥିବା କିଶୋର କେବଳ ୮୦.୭୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପାରିଥିଲେ। କିନ୍ତୁ ଗ୍ରୁ ବିରେ ଥିବା ନୀରଜ ଦେଶକୁ ଗୌରାବନ୍ୱିତ କରିଛନ୍ତି। ସେ ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଛନ୍ତି। ଏହି ଗ୍ରୁପରେ ଫାଇନାଲକୁ ଯୋଗ୍ୟତା ଅର୍ଜନ ପାଇଁ ୮୪ ମିଟର ଦୂରତା ଧାର୍ଯ୍ୟ କରାଯାଇଥିଲା।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..