Report Card Odisha

| Daily Odia News

କୁସ୍ତିରେ ଫାଇନାଲକୁ ଗଲେ ଭିନେଶ ଫୋଗଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୁସ୍ତି ଫାଇନାଲରେ ପ୍ରବେଶ କରିଛନ୍ତି ଭିନେଶ ଭୋଗଟ। ୫୦ କେଜି ଫ୍ରିଷ୍ଟାଇଲରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। କ୍ୟୁବାର ଲୋପେଜଙ୍କୁ ୫-୦ରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି ଫୋଗଟ। ଫାଇନାଲରେ ପହଞ୍ଚିବାସହ ଭାରତ ପାଇଁ ପ୍ୟାରିସରେ ପଦକ ନିଶ୍ଚିତ କଲେ ଫୋଗଟ। ସେ ଫାଇନାଲ ଜିତିଲେ ସ୍ବର୍ଣ୍ଣ, ହାରିଲେ ରୌପ୍ୟ ପଦକ ମିଳିବ। ଅଲିମ୍ପିକ୍ସରେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗେଟ୍ ଇତିହାସ ସୃଷ୍ଟି କରିଛନ୍ତି । ଭିନେଶ ଫୋଗଟ କ୍ୟୁବାର କୁସ୍ତି ଯୋଦ୍ଧାଙ୍କୁ ପରାସ୍ତ ପରେ ଫାଇନାଲରେ ପ୍ରବେଶ ସହ ପ୍ରଥମ ଭାରତୀୟ ମହିଳା ରେସଲର ଭାବେ ଅଲିମ୍ପିକ୍ ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ୫୦ କିଲୋଗ୍ରାମ ଓଜନ ବର୍ଗର ସେମିଫାଇନାଲରେ ସେ କ୍ୟୁବାର ଲୋପେଜ ଗୁଜମାନଙ୍କୁ ୫-୦ ରେ ପରାସ୍ତ କରିଛନ୍ତି। ପ୍ରଥମ ରାଉଣ୍ଡ ପର୍ଯ୍ୟନ୍ତ ଭିନେଶ ୧-୦ରେ ଆଗୁଆ ରହିଥିଲେ। ତା’ପରେ ତିନି ମିନିଟରେ ସେ କ୍ୟୁବା ରେସଲରଙ୍କ ଉପରେ ଦୁଇଥର ଆକ୍ରମଣ କରି ଚାରି ପଏଣ୍ଟ ହାସଲ କରିଥିଲେ। ସେ ଏହି ଅଗ୍ରଣୀକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖି ବିଜୟୀ ହୋଇଥିଲେ ଏବଂ ଫାଇନାଲରେ ପ୍ରବେଶ କରିଥିଲେ।

Breaking News