ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ଅଲିମ୍ପିକ୍ ଅଭିଯାନରେ ଲାଗିଛି ଶକ୍ତ ଝଟ୍କା। ପ୍ୟାରିସ୍ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭାରତର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗତ। ଧାର୍ଯ୍ୟଠାରୁ ଅଧିକ ଓଜନ ହେବାରୁ ଅଯୋଗ୍ୟ ଘୋଷଣା କରାଯାଇଥିବା ସୂଚନା ମିଳିଛି। ଧାର୍ଯ୍ୟ ଓଜନ ୫୦ କିଲୋରୁ ମାତ୍ର କିଛି ଗ୍ରାମ୍ ଅଧିକ ହେବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ୫୦ କିଲୋ ମହିଳା କୁସ୍ତି ବର୍ଗରେ ମଙ୍ଗଳବାର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇ ଇତିହାସ ରଚିଥିଲେ ଭିନେଶ | ଆଜି ରାତିରେ ସେ ଫାଇନାଲ ଖେଳିବାର ଥିଲା। ଓଜନ ଅଧକ ଥିବାରୁ ସେ ଫାଇନାଲ ଖେଳିବେ ନାହିଁ |






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..