ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶରେ ଅଶାନ୍ତ ପରିସ୍ଥିତି ରହିଛି | ସେଠାରେ ଭାରତୀୟଙ୍କ ଉପରେ ହେଉଥିବା ଆକ୍ରମଣ ଦୃଷ୍ଟିରୁ, କେନ୍ଦ୍ର ସରକାର ସେଠାରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେହି କ୍ରମରେ ଆଜି ଢାକାରୁ ୨୦୫ ଜଣ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ଏୟାର ଇଣ୍ଡିଆ ଏୟାରଲାଇନସର ଏକ ସ୍ୱତନ୍ତ୍ର ବିମାନରେ ୬ ଜଣ ଶିଶୁ ଓ ୧୯୯ ବୟସ୍କଙ୍କୁ ଭାରତ ଅଣାଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଗତ ଜୁଲାଇ ମାସରେ ବାଂଲାଦେଶରେ ସଂରକ୍ଷଣ ବିରୋଧୀ ପ୍ରଦର୍ଶନ ଆରମ୍ଭ ହେବା ପରେ ସେଠାରେ ଅଧ୍ୟୟନ କରୁଥିବା ଅଧିକାଂଶ ଭାରତୀୟ ଛାତ୍ରଛାତ୍ରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..