Report Card Odisha

| Daily Odia News

ଗିରଫ ହେଲେ ଆଠଗଡ ବିଡିଓ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଠଗଡ ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କୁ ଗିରଫ କରାଯାଇଛି । ପ୍ରଦୀପଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱରରେ ୨ଟି କୋଠା, ଗୋଟିଏ ଫ୍ଲାଟ ସହ ୩ଟି ପ୍ଲଟ, ୪୭ ଲକ୍ଷର ଜମା, ୬ ଲକ୍ଷ ନଗଦ ଟଙ୍କା ମିଳିଥିଲା । ୪୫୨ ଗ୍ରାମ୍‌ ସୁନା, ୨ଟି କାର୍‌ ମଧ୍ୟ ପାଇଥିଲା ଭିଜିଲାନ୍ସ ଟିମ୍‌ । ସୂଚନା ଯୋଗ୍ୟ, କଟକ ଜିଲ୍ଲା ଆଠଗଡ ବିଡ଼ିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଚଢାଉ ବେଳେ ପୁଳା ପୁଳା ସୁନା ସାଙ୍ଗକୁ ହୀରା ହାର ମିଳିଥିଲା। ଏହାସହିତ ନଗଦ ୬ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍‌‌। ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ ଓ ଆଠଗଡ ସମେତ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌‌ ଚଢାଉ କରିଥିଲା। ଚଢାଉରେ ୬ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଏବଂ ୧୦ଜଣ ଏଏସଆଇ ସାମିଲ ହୋଇଥିଲେ।

Breaking News