Report Card Odisha

| Daily Odia News

ଡି.ଏ.ଭି କଳିଙ୍ଗ ନଗରଠାରେ ନୂତନ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡି,ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରଠାରେ ନୂତନ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଓ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେବାର ଲକ୍ଷ୍ୟ ସାଧନ ନିମନ୍ତେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଗଠିତ ଆକାଶ, ଅଗ୍ନି, ପୃଥିବୀ ଓ ତେଜସ୍ ନାମକ ଚାରି ସଦନର ପୂର୍ବତନ ସଦସ୍ୟମାନେ ନୂତନ ସଦସ୍ୟମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହି ଉତ୍ସବରେ ଶ୍ରୀଯୁକ୍ତ ଦୁଷ୍ମ୍ମନ୍ତ ରାୟ, ପୋଲିସ ଇନ୍‌ସପେକ୍ଟର ଓଡ଼ିଶା ବିଧାନସଭା ଏବଂ ସଚିବାଳୟ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରାବସ୍ଥାରେ ହିଁ ନେତୃତ୍ୱ ଗୁଣର ବିକାଶ ସାଧିତ ହୋଇଥାଏ ବୋଲି ମତବ୍ୟକ୍ତ କରିବା ସହ ଦୃଢ ମନୋବଳ ପୋଷଣ କରି ନିଷ୍ଠାପର ଭାବରେ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ମହାପାତ୍ର ନବ ନିର୍ବାଚିତ କ୍ୟାବିନେଟ୍ ସଦସ୍ୟମାନଙ୍କୁ ପଦ ଓ ଦାୟିତ୍ୱବୋଧର ଶପଥ ପାଠ କରାଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା ଉପସ୍ଥିତ ରହି ନବ ନିର୍ବାଚିତ କ୍ୟାବିନେଟ ସଦସ୍ୟମାନଙ୍କୁ ନିଷ୍ଠାପରଭାବେ ଦାୟିତ୍ୱ ସମ୍ପାଦନ କରିବାକୁ ଉପଦେଶ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯିବା ସହ ପୁରାତନ ଛାତ୍ର ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଡି.ଏ.ଭି ପୋଖରୀପୁଟର ଅଧ୍ୟକ୍ଷ ବିପିନ୍ କୁମାର ସାହୁ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତାର ସହ ଦାୟିତ୍ୱ ସମ୍ପନ୍ନ କରିବା ପାଇଁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପର୍ଯ୍ୟବେକ୍ଷକପର୍ଯ୍ୟବେକ୍ଷିକା ଏବଂ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁରୂପେ ସମ୍ପାଦିତ ହୋଇଥିଲା ।

Breaking News