ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଂଲାଦେଶରୁ ଅନୁପ୍ରବେଶକାରୀ ସମୁଦ୍ର ପଥରେ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ତେଣୁ ଆଗୁଆ ସତର୍କ ହୋଇଛି ଓଡ଼ିଶା ସରକାର। ଅନୁପ୍ରବେଶକୁ ରୋକିବା ପାଇଁ ସମୁଦ୍ର କୂଳିଆ ଥାନା ଗୁଡ଼ିକୁ ସତର୍କ କରାଯାଇଛି। ଏଥିସହ ସମୁଦ୍ରରେ ଘନଘନ ପାଟ୍ରୋଲିଂ କରାଯାଉଛି ବୋଲି ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଡିଜିପି ଅରୁଣ କୁମାର ଷଡଙ୍ଗୀ କହିଛନ୍ତି, ବଂଲାଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ତେଣୁ ସେଠାରୁ ଅନୁପ୍ରବେଶକାରୀ ଓଡ଼ିଶା ଆସିବାର ସମ୍ଭାବନା ରହିଛି। ସେଥିପାଇଁ ରାଜ୍ୟର ସବୁ ସମୁଦ୍ର କୂଳିଆ ଜିଲ୍ଲାରେ ଥିବା ୧୮ ଥାନାକୁ ସତର୍କ କରାଯାଇଛି। ତେବେ ବିଶେଷକରି ସମୁଦ୍ର ପଥରେ ବାଂଲାଦେଶରୁ ପାଖ ପଡ଼ୁଥିବା ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୯ ଟି ସାମୁଦ୍ରିକ ଥାନାକୁ ସତର୍କ ରଖାଯାଇଛି। ପୁରୀରେ ମଧ୍ୟ ପୋଲିସ ସଜାଗ ଅଛନ୍ତି ଅଛନ୍ତି ବୋଲି ଡିଜିପି ଷଡଙ୍ଗୀ କହିଛନ୍ତି। ସେ ଆହୁରି କହିଛନ୍ତି, ସମୁଦ୍ର କୂଳିଆ ଥାନାକୁ ଅଧିକ ଲୋକ ବଳ ଦିଆଯାଇଛି। ନିୟମ ଅନୁସାରେ ସମୁଦ୍ରରେ ୫ ନଟିକାଲ୍ ମାଇଲ ପର୍ଯ୍ୟନ୍ତ ପାଟ୍ରୋଲିଂ କରାଯିବ। ପାଟ୍ରୋଲିଂ ପାଇଁ ସବୁ ସାମୁଦ୍ରିକ ଥାନା ପାଖରେ ବୋଟ୍ ରହିଛି। ଗୋଟିଏ ଅଧେ ଥାନାରେ ବୋଟ୍ ଥାଇନପାରେ। ତେବେ ସେହି ଅଞ୍ଚଳରେ ପାଖ ଥାନା ପୋଲିସ ପାଟ୍ରୋଲିଂ କରିବ। ଏହାଛଡ଼ା ତଟବର୍ତ୍ତୀ ଅଞ୍ଚଳରେ ରହୁଥିବା ମତ୍ସ୍ୟଜୀବୀ ଓ ଗୁଇନ୍ଦାକୁ ସକ୍ରିୟ କରାଯାଇଛି। ଯଦି କୌଣସି ବୁଟ୍ ଆସୁଛି, ତାହାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ତା’ସହ କୋଷ୍ଟଗାର୍ଡ ଓ ନାଭାଲ୍ ମଧ୍ୟ ପାଟ୍ରୋଲିଂ କରୁଛି। ବର୍ତ୍ତମାନ ପୁଲିସ ସଜାଗ ରହିଛି। ଗୋଷ୍ଠୀଗତ ଗଣ୍ଡଗୋଳ ଯେପରି ନଘଟିବ, ସେଥିପ୍ରତି ମଧ୍ୟ ପୋଲିସ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ କହିଛନ୍ତି। ସୂଚନାରୁ ଅନୁସାରେ- ଓଡ଼ିଶାର ସମୁଦ୍ର କୂଳିଆ ଜିଲ୍ଲା ଗୁଡ଼ିକରେ ବହୁ ବାଂଲାଦେଶୀ ଘରଦ୍ୱାର କରି ରହି ଆସୁଛନ୍ତି। ସେମାନଙ୍କ ବଂଶଧରମାନେ ଏବେ ମଧ୍ୟ ବାଂଲାଦେଶରେ ରହୁଛନ୍ତି। ବର୍ତ୍ତମାନ ବାଂଲାଦେଶରେ ଅଶାନ୍ତର ବାତାବରଣ ଖେଳି ଯାଇଥିବାରୁ ସେମାନେ ସମୁଦ୍ର ପଥରେ ଓଡ଼ିଶା ଆସୁଥିବା ଚର୍ଚ୍ଚା ହେଉଛି। ଏଥିସହ ସେମାନଙ୍କ ସହିତ କିଛି ଆତଙ୍କବାଦୀ ମଧ୍ୟ ଆସୁଥିବା ଆଲୋଚନା ହେଉଛି। ଏପରି ଅନୁପ୍ରବେଶକୁ ରୋକିବା ପାଇଁ ସମୁଦ୍ର କୂଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।






More Stories
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..