Report Card Odisha

| Daily Odia News

ଅଖିଳେଶ-ଶାହ ମୁହାଁମୁହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧିକାରକୁ କ୍ଷୁଣ୍ଣ କରାଯାଉଛି ଏବଂ ବିରୋଧୀଙ୍କୁ ତାଙ୍କ ପାଇଁ ଲଢ଼ିବାକୁ ପଡ଼ିବ ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଜି ଲୋକସଭାରେ ବୟାନ ରଖିବା ପରେ ଏହାର କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କନୌଜ ସାଂସଦ ଅଖିଳେଶ ୱକଫ୍ (ସଂଶୋଧନ) ବିଲ୍ ଉପରେ ବିତର୍କ ସମୟରେ ଲୋକସଭାକୁ ସମ୍ବୋଧିତ କରି କହିଥିଲେ,‘ବାଚସ୍ପତିଙ୍କ ଅଧିକାର ଏବଂ ଆମର ଅଧିକାରକୁ କ୍ଷୁଣ୍ଣ କରାଯାଉଛି। ବାଚସ୍ପତି ଗଣତନ୍ତ୍ରର ବିଚାରପତି । ବାଚସ୍ପତିଙ୍କ ଅଧିକାର ଛଡ଼ାଇ ନିଆଯାଉଛି ଏବଂ ଆମକୁ ଏଥିପାଇଁ ଲଢ଼ିବାକୁ ପଡ଼ିବ।’ ଶାସକ ଦଳ ସଦସ୍ୟମାନେ ଏଭଳି ବୟାନର ଜୋରଦାର ପ୍ରତିବାଦ କରିଥିଲେ। ଗୃହମନ୍ତ୍ରୀ ଶାହ କହିଥିଲେ ଯେ ଗୃହରେ ଅଧ୍ୟକ୍ଷଙ୍କ ଅପମାନ ପାଇଁ ବିରୋଧୀ ଦଳ ନେତା ଏଭଳି ବୟାନ ‌ଦେଇଛନ୍ତି। ବାଚସ୍ପତିଙ୍କ ଅଧିକାର ବିରୋଧୀ ଦଳଙ୍କର ନୁହେଁ, ବରଂ ସମଗ୍ର ଗୃହର। କେବଳ ବିଭ୍ରାନ୍ତି ଓ ହଇଚଇ ପାଇଁ ଦିଅାଯାଉଥିବା ବୟାନ ଗ୍ରହଣୀୟ ନୁହେଁ। ଆପଣ ବାଚସ୍ପତିଙ୍କ ଅଧିକାରର ରକ୍ଷକ ନୁହଁନ୍ତି ବୋଲି ଶାହ ଅଖିଳେଶଙ୍କୁ ଶୁଣାଇ ଦେଇଥିଲେ। ପରେ ବାଚସ୍ପତି ଓମ୍‌ ବିର୍ଲା ଅଖିଳେଶଙ୍କୁ କହିଥିଲେ ଯେ ସଦସ୍ୟମାନେ ଗୃହର ଆସନ ଉପରେ ମନ୍ତବ୍ୟ ଦେବା ଉଚିତ ନୁହେଁ। ଏଭଳି ବ୍ୟକ୍ତିଗତ ମନ୍ତବ୍ୟ ଦେବାରୁ ସଦସ୍ୟମାନେ ବିରତ ରହିବା ଉଚିତ୍‌ ବୋଲି ବାଚସ୍ପତି କହିଥିଲେ। ଆସନକୁ ଅଡ଼ୁଆରେ ପକାଇବାକୁ କୌଣସି ପ୍ରୟାସ ବରଦାସ୍ତ ହେବନାହିଁ ବୋଲି ବାଚସ୍ପତି ସ୍ପଷ୍ଟ କରିଦେଇଥିଲେ।

Breaking News